ବସ ଷ୍ଟାଣ୍ଡରେ ଭୟାନକ ଦୃଶ୍ୟ: ଜଳିଗଲେ ସ୍ବାମୀ-ସ୍ତ୍ରୀ - ବସ ଷ୍ଟାଣ୍ଡରେ ଜଳିଗଲେ ମହିଳା

🎬 Watch Now: Feature Video

thumbnail

By

Published : Apr 10, 2021, 7:29 PM IST

ଚେନ୍ନାଇ: ଶୋଇଥିବାବେଳେ ଜଳିଗଲେ ମହିଳା । ଏଥିସହ ପାଖରେ ଶୋଇଥିବା ଲୋକେ ମଧ୍ୟ ଜଳିଗଲେ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ତାମିଲନାଡୁ କୋଏମ୍ବାଡୁ ମୋଫୁସିଲ୍ ବସ୍ ଷ୍ଟାଣ୍ଡରେ । ଏଠାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ମୁଠୁ(48) ନାମକ ଜଣେ ବ୍ୟକ୍ତି ନିଜ ଦେହରେ ପେଟ୍ରୋଲ ଢାଳିବା ପରେ ତାଙ୍କ ପତ୍ନୀ ଶାନ୍ତି(46)ଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ଏହାପରେ ଦୃଶ୍ୟ ଭୟାନକ ହୋଇ ପଡିଥିଲା । ଦମ୍ପତି ବସ ଷ୍ଟାଣ୍ଡରେ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ । ଉପସ୍ଥିତ ଲୋକେ ପୋଲିସଙ୍କୁ ଖବର ଦେବା ସହ ସ୍ବାମୀ-ସ୍ତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ମୁଠୁଙ୍କ ଏପରି କରିବାର କାରଣ ଜଣାପଡି ନାହିଁ । ଏହି ଦୃଶ୍ୟ ବସ ଷ୍ଟାଣ୍ଡ ସିସିଟିଭି କ୍ୟାମେରାରେ କଏଦ ହେବା ପରେ ଭିଡିଓ ଭାଇରାଲ ହେବାରେ ଲାଗିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.