ମହରମ ପର୍ବ ପାଇଁ ବେଶ ଚଳଚଞ୍ଚଳ ଭଦ୍ରକ ଜିଲ୍ଲା

By

Published : Aug 9, 2022, 10:43 PM IST

thumbnail
ଭଦ୍ରକ: ପବିତ୍ର ମହରମ ପାଇଁ ବେଶ ଭଦ୍ରକ ଜିଲ୍ଲା ବେଶ ଚଳଚଞ୍ଚଳ ରହିଥିଲା । ଇସଲାମ ଧର୍ମକୁ ରକ୍ଷା କରିବାକୁ ଯାଇ ପ୍ରୋଫେଟ ମହମ୍ମଦଙ୍କ ନାତି ଇମାମ ହୁସେନଙ୍କ ବଳିଦାନକୁ ସ୍ମରଣ କରି ଏହି ପର୍ବ ପାଳନ କରୁଛନ୍ତି ଶ୍ରଦ୍ଧାଳୁ । ୧୪୦୦ ବର୍ଷ ପୂର୍ବେ ଇମାମ ହୁସେନ୍‌ଙ୍କ ସମେତ ୭୨ ଜଣଙ୍କୁ ଏଜିଦ କରବଲାର ନଦୀ କୂଳରେ ଅତି ଅମାନୁଷିକ ଭାବେ ହତ୍ୟା କରାଯାଇଥିବା କିମ୍ବଦନ୍ତୀ ରହିଛି । ତେଣୁ ଇମାମ ହୁସେନଙ୍କ ସେହି ବଳିଦାନର ସ୍ମୃତିକୁ ସ୍ମରଣ କରିବା ପାଇଁ ଇସଲାମ ଧର୍ମାବଲମ୍ବୀମାନେ ମହରମ ପର୍ବ ପାଳନ କରି ଆସୁଛନ୍ତି । ଇସଲାମ ସମ୍ପ୍ରଦାୟର ଶ୍ରଦ୍ଧାଳୁ ମହରମର ଚନ୍ଦ୍ର ଦର୍ଶନ ପରଠୁ ୧୦ ଦିନ ଧରି ବିଭିନ୍ନ ସାହି ବସ୍ତିମାନଙ୍କରେ ଇମାମ ହୁସେନଙ୍କ ବଳିଦାନ ଦିନର ବିବରଣୀ ପାଠ ଏବଂ ଆଲୋଚନା କରିଥାଆନ୍ତି । ଏହି କ୍ରମରେ ଭଦ୍ରକର ବିଭିନ୍ନ ସାହି ବସ୍ତିମାନଙ୍କରୁ ଇମାମ ହୁସେନଙ୍କ ବଳିଦାନର ସ୍ମୃତିକୁ ବହନ କରି କାଫିଲାଗୁଡ଼ିକ ସହର ପରିକ୍ରମା କରି ମଲ୍ଲିକ ମଇଦାନରେ ପହଞ୍ଚିଲା ଏହାପରେ ସେଠାରେ ଏକ ଧର୍ମ ସଭା ଆୟୋଜନ ହୋଇଥିଲା । ଏହାକୁ ସୁରଖୁରରେ ସମ୍ପାଦନ କରିବା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.