କଟକରେ ଗଡିଲା ରଥ, ସାମିଲ ହେଲେ ମୁସଲମାନ ସମ୍ପ୍ରଦାୟ

By

Published : Jul 1, 2022, 7:18 PM IST

thumbnail
କଟକ: ହଜାର ବର୍ଷର କଟକ ସହର । ଏଠାରେ ରହିଛି ବାଉନ ବଜାର ତେପନ ଗଳି । ଏହି ଗଳିକନ୍ଦିର ସହର ମଧ୍ୟରେ ସବୁ ଧର୍ମର ଲୋକେ ବସବାସ କରନ୍ତି । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସବୁ ପର୍ବପର୍ବାଣିକୁ ସଭିଏଁ ମିଶି ଆନନ୍ଦ ଉଲ୍ଲାସରେ ପାଳନ କରନ୍ତି । କାରଣ ସର୍ବଧର୍ମ ସମନ୍ବୟର ସ୍ଥଳ କଟକରେ ରହିଛି ଭାଇଚାରା । ଏଠି ହିନ୍ଦୁ ମୁସଲିମ, ଶିଖ, ଇସାଇ ସମସ୍ତେ ଭାଇ ଭାଇ । ତେଣୁ ଆଜି ହିନ୍ଦୁମାନଙ୍କର ବଡ଼ ପର୍ବ ରଥଯାତ୍ରା ଥିବାବେଳେ, ଏଥିରେ ସାମିଲ ହେବାରୁ କିପରି ବା ବାଦ୍ ପଡନ୍ତେ ମୁସଲମାନ ଭାଇ ଭଉଣୀ । ଆଜି ସହରର ବିଭିନ୍ନ ସ୍ଥାନରେ ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ପାଳନ ହୋଇଛି । ଏହି ଅବସରରେ ମୁସଲିମ ସମ୍ପ୍ରଦାୟର ଲୋକେ ସମସ୍ତ ଶ୍ରଦ୍ଧାଳୁମାନଙ୍କୁ ସର୍ବତ ଓ ଦହିପାଣି ବାଣ୍ଟିଛନ୍ତି । ଇଦ୍ ପର୍ବ ସମୟରେ ହିନ୍ଦୁମାନେ ମଧ୍ୟ ମୁସଲିମ ଭାଇଙ୍କୁ ଆଲିଙ୍ଗନ କରି ଇଦ୍ ମୁବାରକ ଜଣାଇଛନ୍ତି । କଟକ ସହରରେ କାହିଁ କେତେ କାଳରୁ ରହି ଆସିଛି ଏହି ଭାଇଚାରା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.