ମହାକାଳପଡ଼ା ବିଜେପି ନେତାଙ୍କ ପାଇଁ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭା, ଯୋଗଦେଲେ ବୈଜୟନ୍ତ - ମହାକାଳପଡ଼ା ବିଜେପି ନେତାଙ୍କ ପାଇଁ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭା

🎬 Watch Now: Feature Video

thumbnail

By

Published : May 22, 2022, 7:48 PM IST

କେନ୍ଦ୍ରାପଡ଼ା: ମହାକାଳପଡ଼ା ନିର୍ବାଚନ ମଣ୍ଡଳୀର ଦିବଙ୍ଗତ ବିଜେପି ନେତା ବିଜୟ ପ୍ରଧାନଙ୍କ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭା ମା' ଦରିଆ ରାମଚଣ୍ଡୀଙ୍କ ପରିସରରେ ଅନୁଷ୍ଠିତ ହୋଇଛି । ଏହି ଶ୍ରଦ୍ଧାଞ୍ଜଳି ସଭାରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଓ କେନ୍ଦ୍ରାପଡାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଯୋଗ ଦେଇଛନ୍ତି । ସ୍ବର୍ଗତ ବିଜୟ ପ୍ରଧାନ ସ୍ନାତକ ପାସ୍‌ କରିବା ପରେ ରାଜନୀତିରେ ପାଦ ଥାପି ସ୍ଥାନୀୟ ମହାକାଳପଡ଼ା ଓ ରାଜନଗର ଲୋକଙ୍କ ସମସ୍ୟା ଓ ସୁଖଦୁଃଖରେ ସମଭାଗୀ ହେଉଥିଲେ । ରାଜନଗର ଓ ମହାକାଳପଡା ନିର୍ବାଚନ ମଣ୍ଡଳୀରୁ ଦୀର୍ଘ ୪ ଦଶନ୍ଧି ଧରି ବିଧାୟକ ପ୍ରାର୍ଥୀ ଭାବେ ଛିଡା ହୋଇଥିଲେ । ହେଲେ ପରାଜୟ ବରଣ କରିବା ପରେ ମଧ୍ୟ ପଛୁଆ ବର୍ଗର ଆଗୁଆ ନେତା ରୂପେ ପ୍ରଧାନ ଏହି ଅଞ୍ଚଳରେ ଲୋକପ୍ରିୟତା ବଜାୟ ରଖିଥିଲେ । ପ୍ରଧାନଙ୍କ ଅଧୁରା ସ୍ବପ୍ନ ଓ ସ୍ମୃତିକୁ ଲିଭାଇବାକୁ ଦେବୁନାହିଁ ସମସ୍ତେ ମିଳିମିଶି କାମ କରିବୁ ବୋଲି ସେ କହିଥିଲେ । ଏହି ସଭାରେ ବହୁ ପ୍ରମୁଖ ନେତାଙ୍କ ସହ ବିଜୟଙ୍କ ସମର୍ଥକ, ଶୁଭେଚ୍ଛୁ , ବିଭିନ୍ନ ଦଳର ରାଜନେତା, ବୁଦ୍ଧିଜୀବୀ, ଆଇନଜୀବୀ ଓ ସମାଜସେବୀ ତାଙ୍କର ସ୍ମୃତି ଚାରଣ କରିଥିଲେ। କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

For All Latest Updates

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.