ତୋଷାଳି ମେଳାରେ ପସରା ମେଲିଛି ଭଳିକି ଭଳି ହସ୍ତତନ୍ତ ସାମଗ୍ରୀ

By

Published : Jan 22, 2021, 8:42 PM IST

thumbnail

ଭୁବନେଶ୍ବର: ଉଦଘାଟିତ ହୋଇଯାଇଛି ପଞ୍ଚଦଶତମ ଜାତୀୟ ତୋଷାଳି ମେଳା । ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ, ବିଜ୍ଞାନ ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ବିଭାଗୀୟ ଶାସନ ସଚିବ ଶୁଭା ଶର୍ମା ଉପସ୍ଥିତ ଥିଲେ । ଫେବୃଆରୀ 4 ପର୍ଯ୍ୟନ୍ତ ଜନତା ମଇଦାନରେ ଚାଲିବ ତୋଷାଳି ମେଳା । ଓଡିଶାରେ ପ୍ରାୟ ଯେତେ ବଡ଼ ବଡ଼ ମେଳା ପଡ଼େ ତୋଷାଳି ମେଳା ହେଉଛି ସେଥିମଧ୍ୟରୁ ଅନ୍ୟତମ । ଆଉ ଭୁବନେଶ୍ବରରେ ଯେଉଁ ସବୁ ମେଳା ପଡେ ତୋଷାଳି ମେଳା ହେଉଛି ସବୁଠୁ ବଡ଼ ମେଳା । ଚଳିତ ବର୍ଷ ୧୫ ଦିନ ଧରି ତୋଷାଳି ମେଳା ଚାଲିବ । ତେଣୁ ଏହି ମେଳାରେ ଦେଶର ବିଭିନ୍ନ ରାଜ୍ୟରୁ କୁଶଳୀ କାରିଗର, ବୁଣାକାର ସାମିଲ ହୋଇଛନ୍ତି । ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରର ୨୫୦ ଟି ଷ୍ଟଲ ପଡିଛି । ୮୦ ଟି ରାଜ୍ୟ ବାହାର ଏବଂ ୧୭୦ ଟି ଷ୍ଟଲ ରାଜ୍ୟର ରହିଛି । ପ୍ରତିଦିନ ଦିନ ୨ ଟାରୁ ରାତି ୯ଟା ପର୍ଯ୍ୟନ୍ତ ମେଳା ଖୋଲା ରହିବ । ହସ୍ତତନ୍ତ, ବୟନ ଏବଂ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଆୟୋଜିତ ହୋଇଥିବା ଏହି ମେଳାରେ ଥର୍ମାଲ ସ୍କ୍ରିନିଂ, ସାମାଜିକ ଦୂରତା ଏବଂ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦିଆଯାଇଛି । ମେଳାରେ କୋଭିଡ ନିୟମକୁ କଡାକଡ଼ି ଭାବେ ପାଳନ କରାଯାଇଛି । ରାଜ୍ୟରେ କୋଭିଡ଼ ସ୍ଥିତିକୁ ଦୃଷ୍ଟିରେ ରଖି ମେଳାରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.