ସଇଁତଳାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ

By

Published : Mar 19, 2020, 9:55 PM IST

thumbnail

ବଲାଙ୍ଗୀର: ବଲାଙ୍ଗୀର ବ୍ଲକ୍ ସଇଁତଳାରେ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ । ପ୍ରକୃତ ହିତାଧିକାରୀଙ୍କ ନାଁରେ ଟଙ୍କା ଗବନ୍ କରାଯାଇଥିବାର ମିଳିଛି ତଥ୍ୟ । ଅଭିଯୋଗ ଅନୁସାରେ ସଇଁତଳା ବ୍ଲକ୍ ଅନ୍ତର୍ଗତ ଲିମପଡ଼ା ଗ୍ରାମର ବୃଦ୍ଧା ବାଇଦେହି ମହାକୁଡ ଗତ 2016-17ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଁ ଆବେଦନ କରିଥିଲେ । ଏପରିକି ତାଙ୍କ ନାଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇବା ନେଇ ଯୋଗ୍ୟ ହିତାଧିକାରୀ ଭାବରେ ଚୟନ ହୋଇଥିଲା । ହେଲେ ଇତିମଧ୍ୟରେ 4 ବର୍ଷ ବିତି ଯାଇଥିଲେ ସୁଦ୍ଧା ସେ ଘର ପାଇ ପାରିନଥିଲେ । ତେବେ ସୂଚନା ଅଧିକାରୀଙ୍କ ବଳରେ ତଥ୍ୟ ମାଗିବା ପରେ ପଦାକୁ ଆସିଥିଲା ପ୍ରକୃତ ସତ୍ୟତା । ବାଇଦେହିଙ୍କ ନାଁରେ କାର୍ଯ୍ୟାଦେଶ ହୋଇ 4ଟି କିସ୍ତିରେ 1 ଲକ୍ଷ 30 ହଜାର ଟଙ୍କା ଉଠା ଯାଇଥିବା ଜଣାପଡିଥିଲା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.