ଦଶ ବର୍ଷ ଧରି ନ୍ୟାୟ ଅପେକ୍ଷାରେ ବୃଦ୍ଧ ଦମ୍ପତି: ମିଳୁନି ଜମି, ରାସ୍ତାରେ କଟୁଛି ଦିନ - ବୃଦ୍ଧ ଦମ୍ପତ୍ତି

🎬 Watch Now: Feature Video

thumbnail

By

Published : Dec 29, 2020, 5:33 PM IST

ବ୍ରହ୍ମପୁର: ରାସ୍ତାକଡ଼ରେ ଅସହାୟ ଭାବେ ପଡିରହିଛନ୍ତି ବୃଦ୍ଧ ଦମ୍ପତି । ଦିନେ କି ଦୁଇ ଦିନ ନୁହେଁ । ଦୀର୍ଘ ୧୦ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଗୋଟିଏ ପରେ ଗୋଟିଏ ଅଞ୍ଚଳକୁ ଘୁରି ବୁଲୁଛନ୍ତି ଏମାନେ। ହେଲେ ଦୁଃଖ ଶୁଣିବାକୁ କେହି ନାହିଁ । ସମ୍ବଲପୁର ଜିଲ୍ଲା ରେଢାଖୋଲ ଅଞ୍ଚଳର ହରିଶ ଚନ୍ଦ୍ର ପ୍ରଧାନ ଏବଂ ତାଙ୍କ ପତ୍ନୀ ପ୍ରତିମା ପ୍ରଧାନ । କି ଖରା, କି ବର୍ଷା ଓ କି ଶୀତ । ନିଜର ଜମିକୁ ପାଇବା ପାଇଁ ଆରଆଇଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଦୌଡି ଦୌଡ଼ି ନୟାନ୍ତ ହେଲେଣି । ହେଲେ ଏଯାଏଁ ସମସ୍ୟାର ହୋଇପାରୁନି ସମାଧାନ । ଏଭଳି ସମୟରେ ସ୍ବାମୀଙ୍କ ରୋଗାଗ୍ରସ୍ତ ଶରୀର । ଦି ଓଳି ଦୁଇ ମୁଠା ଖାଇବାକୁ ଅସମର୍ଥ, ସ୍ବାମୀର ଚିକିତ୍ସା ବି କରିବେ କେମିତି । ସେହି ଚିନ୍ତାରେ ପାର୍ବତୀ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.