ରାଜ୍ୟରେ ସଫଳ ଜନତା କର୍ଫ୍ୟୁ: ବାଜିଲା ଘଣ୍ଟ, ଶୁଭିଲା କରତାଳି

🎬 Watch Now: Feature Video

thumbnail

By

Published : Mar 22, 2020, 9:00 PM IST

Updated : Mar 22, 2020, 9:55 PM IST

ବିଶ୍ବବ୍ୟାପୀ କୋରୋନା ଭାଇରସର ଆତଙ୍କ । ଏହାର ମୁକାବିଲା ପାଇଁ ଆଜି ସମଗ୍ର ଦେଶରେ ଜନତା କର୍ଫ୍ୟୁକୁ ସଫଳ କରିଛନ୍ତି ଦେଶବାସୀ । ଓଡିଶାରେ ମଧ୍ୟ ଏହି କର୍ଫ୍ୟୁକୁ ସ୍ବାଗତ କରାଯାଇଛି । ସନ୍ଧ୍ୟା 5ଟାରେ ଭୁବନେଶ୍ବରରେ କରତାଳି, ଘଣ୍ଟି ବଜାଇ ସମର୍ଥନ ଓ କୃତଜ୍ଞତା ଜଣାଇଥିଲେ ରାଜଧାନୀବାସୀ । ପୁରୀରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି । ଝାଞ୍ଜ, ମୃଦଙ୍ଗ, ଢୋଲ, କରତାଳି ଦେଇ ସମ୍ପୂର୍ଣ୍ଣ ଶ୍ରୀକ୍ଷେତ୍ର ପ୍ରକମ୍ପିତ ହୋଇଛି । ରାୟଗଡାବାସୀ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନରେ ଜନତା କର୍ଫ୍ୟୁକୁ ପାଳନ କରିବା ସହ ଅପରାହ୍ନ 5ଟାରେ ଘଣ୍ଟ, ଶଙ୍ଖ, କରତାଳି ଦେଇ ଜରୁରୀକାଳିନ ସେବାରେ ନିୟୋଜିତ ଥିବା ସମସ୍ତ କର୍ମଚାରୀଙ୍କୁ ସ୍ବାଗତ କରିଥିଲେ । ସେହିପରି ନବରଙ୍ଗପୁରରେ ମଧ୍ୟ ସକାଳ 7ଟାରୁ ରାତି 9ଟା ଯାଏଁ ପାଳନ ହେଉଥିବା ଜନତା କର୍ଫ୍ୟୁକୁ ସମର୍ଥନ କରିଛନ୍ତି । ଏଥିରେ ପଛରେ ନାହାଁନ୍ତି ଯାଜପୁରବାସୀ । କୋରୋନା ସହ ଦିନରାତି ଲଢୁଥିବା ଡାକ୍ତର, ପୋଲିସ, ସାମ୍ବାଦିକ, ପ୍ରଶାସନିକ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇ ଘଣ୍ଟ, ଥାଳି ବଜାଇଥିଲେ ଯାଜପୁର ବାସିନ୍ଦା । ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ସାହୁ , କଟକରୁ ପ୍ରଭୂକଲ୍ୟାଣ ପାଲ, ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ନବରଙ୍ଗପୁରରେ ତପନ କୁମାର ବିଷୋୟୀ, ରାୟଗଡାରୁ ରଞ୍ଜନ କୁମାର ରଥ, ଯାଜପୁରରେ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ
Last Updated : Mar 22, 2020, 9:55 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.