ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ବ୍ୟବହାର କରି ସଫଳ ଚାଷୀ ମମତା - ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ
🎬 Watch Now: Feature Video
ବଲାଙ୍ଗୀର: ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ବର୍ତ୍ତମାନ ସମୟର ସବୁଠାରୁ ବଡ଼ ସମସ୍ୟା ପାଲଟିଥିବା ବେଳେ ଏହାର ବ୍ୟବହାର ବନ୍ଦ କରିବା କିମ୍ବା ପୁନଃ ବ୍ୟବହାର ପାଇଁ ପ୍ରୋତ୍ସାହିତ କରୁଛନ୍ତି ସରକାର । ଆଉ ସେହି ପ୍ଲାଷ୍ଟିକକୁ କିପରି ଭାବରେ ସୁବିନିଯୋଗ କରାଯାଇ ପାରିବ ତାହା ଦେଖାଇ ଦେଇଛନ୍ତି ବଲାଙ୍ଗୀରର ମମତା ରାଣୀ ବେହେରା । ପ୍ଲାଷ୍ଟିକ ବୋତଲ ଠାରୁ ଆରମ୍ଭ କରି ପ୍ଲାଷ୍ଟିକ ଅଖା ଆଉ ପଲିଥିନରେ ଲଗାଇଛନ୍ତି ଅସଂଖ୍ୟ ଫୁଲ ଓ ପରିବା ଗଛ । ଘର ଛାତ ଉପରେ ପନିପରିବା ଓ ଫୁଲ ଚାଷ କରି ସେ ହୋଇଛନ୍ତି ବେଶ ସ୍ବାବଲମ୍ବୀ ଏବଂ ଅନ୍ୟ ମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ। ପ୍ଲାଷ୍ଟିକ ବର୍ଜ୍ୟବସ୍ତୁର ବ୍ୟବହାର ସହ ଚାଷ ପ୍ରଣାଳୀରେ ଏକ ପରିବର୍ତ୍ତନ କରି ଦେଖାଛନ୍ତି ମମତା । ସ୍ବଳ୍ପ ମାଟି ଓ ଜୈବିକ ସାର ବ୍ୟବହାର କରି ସେ ଏହି ସଫଳତା ସହ ଛାତ ଉପରେ ଚାଷ କରି ଦେଖାଇଛନ୍ତି । ଆମେ ପଲିଥିନ, ବୋତଲ ଆଦି ସାଧାରଣ ବର୍ଜ୍ୟବସ୍ତୁକୁ ଫିଙ୍ଗି ଦେଉଥିବା ବେଳେ ସେ ତାକୁ ବ୍ୟବହାର କରି ସଫଳ ଭାବରେ ଚାଷ କରି ଦେଖାଇଛନ୍ତି। ବଲାଙ୍ଗୀର ରାଜେନ୍ଦ୍ର କଲେଜ ପାଖରେ ରହୁଥିବା ମମତା ବେହେରା 7-8 ବର୍ଷ ତଳେ ପ୍ରଥମେ ସଉକ ପାଇଁ ନିଜ ଛାତରେ ଫୁଲ ଇତ୍ୟାଦି ଲଗାଇ ଥିଲେ । ଧୀରେ ଧୀରେ ଏହି ସଉକ ତାଙ୍କର ନିଶା ହୋଇଗଲା । ତାପରେ ସେ ରଙ୍ଗ ବେରଙ୍ଗ ଫୁଲ ସହ ବାଇଗଣ, ଭେଣ୍ଡି, ଲଙ୍କା, କଖାରୁ, ତରଭୂଜ ଆଦି ପନିପରିବା ମଧ୍ୟ ଲଗାଇବା ଆରମ୍ଭ କଲେ ।