thumbnail

By

Published : Nov 22, 2019, 2:50 PM IST

ETV Bharat / Videos

ପଛୁଆ ଅଞ୍ଚଳର ଆଗୁଆ ଝିଅ ଫୁଲମେ ମାଝି

କଳାହାଣ୍ଡି: ଓଡିଶାର ଏକ ପଛୁଆ ଅଞ୍ଚଳ ଭାବେ ପରିଚିତ କଳାହାଣ୍ଡି ଜିଲ୍ଲା। ଆଦିବାସୀ ଅଧ୍ୟୁଷିତ ତଥା ଦୁର୍ଗମ ଅଞ୍ଚଳ ପରିବେଷ୍ଟିତ ଏହି ଜିଲ୍ଲାରେ ଅବସ୍ଥିତ ଥିବା ଲାଞ୍ଜିଗଡ଼ ବ୍ଲକ। ଯେଉଁ ଅଞ୍ଚଳରେ ନାରୀ ଅଶିକ୍ଷିତ, ନିଜ ଅଧିକାରରୁ ସଦା ବଞ୍ଚିତ। ଅବହେଳିତ ଓ ପ୍ରତାଡ଼ିତ ନାରୀଙ୍କ ସଂଖ୍ୟା ଯେଉଁଠି ସବୁଠୁଁ ଅଧିକ, ସେଭଳି ଏକ ଦୁର୍ଗମ ଅଞ୍ଚଳରେ ତାଙ୍କର ଜନ୍ମ। ମହିଳାଙ୍କ ସ୍ବର ତ ଦୂରର କଥା, ଯେଉଁଠି ସାଧାରଣ ଲୋକଙ୍କ ସ୍ବର ବାହାରକୁ ଶୁଭେନାହିଁ, ସେମିତି ଏକ ଅଖ୍ୟାତ ଅଞ୍ଚଳରେ ଦୀର୍ଘ ବର୍ଷ ଧରି ମହିଳାଙ୍କ ପାଇଁ ସଂଘର୍ଷ ଜାରି ରଖିବା ସହିତ ସେମାନଙ୍କର ଅଧିକାରକୁ ସୁରକ୍ଷା କରିବା ଦିଗରେ ଅହରହ ଉଦ୍ୟମ ଜାରି ରଖିଥିବା ମହିଳା ଜଣକ ହେଉଛନ୍ତି ଫୁଲମେ ମାଝୀ। ଅତି କମ୍ ବୟସରୁ ନିଜ ପରିବାରର ଦୁର୍ଦ୍ଦଶା ଦେଖି ଶିକ୍ଷା ଓ ସଚେତନତାର ପଥରେ ପଥିକ ହୋଇ ଫୁଲମେ ଆଜି ସମଗ୍ର ନାରୀ ସମାଜ ପାଇଁ ଆଦର୍ଶ ସାଜିଛନ୍ତି।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.