କୋଭିଡ-19 ଚିତ୍ରାଙ୍କନରେ ପ୍ରଥମ ହେଲେ ଜ୍ୟୋତିରାଦିତ୍ୟ - ଅନଲାଇନ ଚିତ୍ରାଙ୍କନ ପ୍ରତିଯୋଗିତା
🎬 Watch Now: Feature Video
ସମ୍ବଲପୁର: ୟୁନିସେପ ଓ ରାଜ୍ୟ ସରକାରଙ୍କ ଦ୍ୱାରା ଆୟୋଜିତ ହୋଇଥିବା ଅନଲାଇନ ଚିତ୍ରାଙ୍କନ ପ୍ରତିଯୋଗିତାରେ ସମ୍ବଲପୁରର ଛାତ୍ର ରଖିଲେ ପ୍ରଥମ ସ୍ଥାନ। କୋଭିଡ 19 ସଚେତନତା ନେଇ ହୋଇଥିବା ଏହି ପ୍ରତିଯୋଗିତାରେ ସମ୍ବଲପୁରର ଛାତ୍ର ଜ୍ୟୋତିରାଦିତ୍ୟ ମହାନ୍ତି ପ୍ରଥମ ସ୍ଥାନ ହାସଲ କରି ସମ୍ବଲପୁର ପାଇଁ ଗୌରବ ଆଣିଛନ୍ତି। ଲକଡାଉନ ସମୟରେ ଯୁବ ସମାଜର ଦାୟିତ୍ୱ ନେଇ ହୋଇଥିବା ଏହି ଅନଲାଇନ ପ୍ରତିଯୋଗୀ ତାରେ ସମ୍ବଲପୁର ଧନକଉଡା ଅଞ୍ଚଳରେ ରହୁଥିବା ଜ୍ୟୋତିରାଦିତ୍ୟ ନିଜର ନିଖୁଣ ସୃଜନଶୀଳତା ଅନୁଯାୟୀ ଏକ ଚିତ୍ରାଙ୍କନ କରିଥିଲେ। ଆଉ ଏହି ଥିମରେ ଚିତ୍ର ଟି ର ପ୍ରାସଙ୍ଗିକତା ଶୀର୍ଷରେ ଥିବାରୁ ସେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।ସେ ସମ୍ବଲପୁର ର ଏକ ବେସରକାରୀ ଇଂରାଜୀ ମାଧ୍ୟମ ସ୍କୁଲରେ ବର୍ତ୍ତମାନ 10 ଶ୍ରେଣୀ ର ଛାତ୍ର ଅଟନ୍ତି।ଏଥିପାଇଁ ତାଙ୍କ ବାପା ମା ବେଶ ଖୁସି ଥିବା ବେଳେ ତାଙ୍କ ପାଖକୁ ବର୍ତ୍ତମାନ ପ୍ରଶଂସାର ସୁଅ ଛୁଟୁଛି।
ସମ୍ବଲପୁରରୁ ବାଦଶାହ ଜୁଷ୍ମନ ରାଣା, ଇଟିଭି ଭାରତ