ଘରୋଇ ଗଣମାଧ୍ୟମ ସଂସ୍ଥା ସରକାରୀ ଜମି ଜବରଦଖଲ କରିବା ଘଟଣା: ପ୍ରଶାସନର ତଦନ୍ତ ଆରମ୍ଭ

🎬 Watch Now: Feature Video

thumbnail
ଖୋର୍ଦ୍ଧା: ସରକାରୀ ଜମି ଜବରଦଖଲ ନେଇ ଜିଲ୍ଲାପାଳନଙ୍କ ନିକଟରେ ଫେରାଦ ହେଲେ ସ୍ଥାନୀୟ ଲୋକ । ଏକ ଘରୋଇ ଗଣମାଧ୍ୟମ ସଂସ୍ଥା ସରକାରୀ ଜମି ଜବରଦଖଲ କରିଥିବା ଅଭିଯୋଗ ହୋଇଛି । ସ୍ଥାନୀୟବାସୀଙ୍କ ଅଭିଯୋଗରେ ସୋମବାର ଜିଲ୍ଲା ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଉପଜିଲ୍ଲାପାଳ ଅଶୋକ କୁମାର ବେହୁରିଆ ଏବଂ ବେଗୁନିଆ ତହସିଲଦାର ବିବେକାନନ୍ଦ ପରିଡାଙ୍କ ନେତୃତ୍ୱରେ ଏକ ଟିମ ଘଟଣାସ୍ଥଳ ପରିଦର୍ଶନ କରି ଅଭିଯୋଗ ହୋଇଥିବା ସ୍ଥାନ ବୁଲି ଦେଖିଛନ୍ତି । ଦୀର୍ଘ ଦିନ ଧରି ସ୍ଥାନୀୟ ଜନସାଧାରଣଙ୍କ ଚାଷ ଜମି, ପୋଖରୀ ଏପରିକି ଗ୍ରାମବାସୀଙ୍କ ରାସ୍ତାକୁ ଏହି ଘରୋଇ ଗଣମାଧ୍ୟମ ସଂସ୍ଥା ଜବରଦଖଲ କରିଥିବା ଅଭିଯୋଗ ହୋଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.