thumbnail

ଓଡିଶାରେ ପହଞ୍ଚିଲା କୋରୋନା ଟୀକା, ଆସିଲା 34 ପ୍ୟାକେଟ

By

Published : Jan 12, 2021, 8:37 PM IST

ଭୁବନେଶ୍ବର: ପହଞ୍ଚିଲା କୋଭିଡ ଭ୍ୟାକ୍ସିନ ଫ୍ଲାଇଟ । ଭୁବନେଶ୍ବର ବିମାନବନ୍ଦରରେ ଟିକା ପହଞ୍ଚିଛି । ଏୟାରପୋର୍ଟରୁ ଓଡିଶା ଔଷଧ ନିଗମକୁ ଗଲା ଟିକା । ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି । ଭୁବନେଶ୍ବର ଏୟାରପୋର୍ଟରେ ସ୍ପାଇସ ଜେଟର ସ୍ବତନ୍ତ୍ର ବିମାନରେ କୋରୋନା ଟିକା ପହଞ୍ଚିଛି । 3ଟି ଗାଡି ମଧ୍ୟରେ ଟିକା ରାଜ୍ୟ ଔଷଧ ନିଗମରେ ପହଞ୍ଚିଛି । କଡା ସୁରକ୍ଷା ବଳୟରେ ଟିକାକୁ ଭୁବନେଶ୍ବର ଏୟାରପୋର୍ଟରୁ ଓଡିଶା ଔଷଧ ନିଗମକୁ ଯାଇଛି । ସ୍ପାଇସ ଜେଟ ଏସ ଜି 7466 ବିମାନ ଯୋଗେ ପୁନେରୁ ଭୁବନେଶ୍ବର ଆସିଛି। ତେବେ ଏଥିରେ 34 ପ୍ୟାକେଟ ରହିଥିବାବେଳେ ଏହାର ଓଜନ 12 କେଜି ରହିଛି। ତେବେ ଏହାକୁ କଡା ସୁରକ୍ଷା ବଳୟରେ ପରିବହନ କରାଯାଇଛି ବୋଲି ଜେଟି ଜେନେରାଲ ମ୍ୟାନେଜର ସରୋଜ କୁମାର ରାଉତ କହିଛନ୍ତି ।

For All Latest Updates

TAGGED:

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.