ହସିବ ମଣିଷ ତିଆରି କାରଖାନା ବକୁଳବନ: ସବ୍ୟସାଚୀ

By

Published : Jan 21, 2021, 7:06 PM IST

thumbnail
ସାକ୍ଷୀଗୋପାଳ: ହସିବ ଐତିହାସିକ ବକୁଳ ବନ। ଅନାବନା ଗଛଲତାରେ ପରିପୂର୍ଣ୍ଣ ମଣିଷ ତିଆରି କାରଖାନା କୁହାଯାଉଥିବା ବକୁଳ ବନକୁ ପରିସ୍କାର କରି ପୂର୍ବାବସ୍ଥାକୁ ଫେରାଇବାକୁ ଅଣ୍ଟା ଭିଡିଛନ୍ତି ଅଭିନେତା ସବ୍ୟସାଚୀ ମିଶ୍ର। ଏଥିପାଇଁ ସେ କହିଛନ୍ତି ଆସନ୍ତା ୨୨ ତାରିଖ ଅପରାହ୍ନ ୪ ଟାରେ ମୁଁ ନିଜେ ବକୁଳ ବନରେ ବୃକ୍ଷ ରୋପଣ ପାଇଁ ଯିବି। ହେଲେ ତା ପୂର୍ବରୁ ଉକ୍ତ ସ୍ଥାନକୁ ସଫା ଓ ପ୍ରଦୂଷଣ ମୁକ୍ତ କରିବା ପାଇଁ ସ୍ଥାନୀୟ ବାସିନ୍ଦା ଓ ଯୁବପିଢୀଙ୍କୁ ଆନ୍ତରିକ ଅନୁରୋଧ କରିଛନ୍ତି । ଏଥିସହିତ କୋଭିଡ ଜନିତ ସତର୍କତା ମାନି ମାସ୍କ ବାନ୍ଧି ଓ ପରସ୍ପର ଠାରୁ ଦୂରତା ରଖି ସଫେଇ କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ସାକ୍ଷୀଗୋପାଳ ଓ ଆଖପାଖ ଅଞ୍ଚଳର ଯୁବକ, ଯୁବତୀ, ସ୍ବେଛାସେବୀଙ୍କୁ ଦାୟିତ୍ବ ଦେଇଛନ୍ତି ରିୟଲ ହିରୋ ସବ୍ୟସାଚୀ ମିଶ୍ର।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.