thumbnail

ଜାତୀୟ କ୍ରୀଡ଼ା ପୁରସ୍କାର 2020: ଭର୍ଚୁଆଲ୍ ଇଭେଣ୍ଟରେ ସମ୍ମାନିତ ହେଲେ 74 ଆଥଲେଟ୍

By

Published : Aug 29, 2020, 6:46 PM IST

ନୂଆଦିଲ୍ଲୀ: ଆଜି ଜାତୀୟ କ୍ରୀଡା ଦିବସ । ଏହି ଅବସର ଦେଶର ବିଭିନ୍ନ କ୍ରୀଡାବିତ୍ତଙ୍କୁ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ତେବେ କ୍ରୀଡ଼ା ପୁରସ୍କାର ଇତିହାସରେ ପ୍ରଥମ ଥର ପାଇଁ ଏହି ଉତ୍ସବକୁ ଭର୍ଚୁଆଲ୍ ଭାବେ ଆୟୋଜନ କରାଯାଇଛି । ଜାତୀୟ କ୍ରୀଡ଼ା ପୁରସ୍କାରରେ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର, ଅର୍ଜୁନ ପୁରସ୍କାର, ଦ୍ରୋଣାଚାର୍ଯ୍ୟ ପୁରସ୍କାର ଏବଂ ଧ୍ୟାନଚାନ୍ଦ ପୁରସ୍କାର ଆଦି ପ୍ରଦାନ କରାଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ବାରା ଶନିବାର ସକାଳେ କ୍ରୀଡ଼ାବିତ୍ ଏବଂ କୋଚ୍ ମୋଟ 74ଜଙ୍କୁ ଏହି ସମ୍ମାନଜନକ ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଛି । ତେବେ ସେମାନଙ୍କ ମଧ୍ୟରୁ 14 ଜଣ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ଏହି ଭର୍ଚୁଆଲ ସମାରୋହରୁ ବଞ୍ଚିତ ହୋଇଛନ୍ତି । ଅଗଷ୍ଟ 29ରେ ହକି କିମ୍ବଦନ୍ତୀ ମେଜର ଧ୍ୟାନ ଚାନ୍ଦଙ୍କ ଜନ୍ମ ବାର୍ଷିକୀ ଆବସରରେ ରାଷ୍ଟ୍ରପତି ଭବନରେ କ୍ରୀଡା ପୁରସ୍କାର ପ୍ରତି ବର୍ଷ ଆୟୋଜିତ ହୋଇଥାଏ । ଏହି ଅବସରରେ ଭାରତୀୟ କ୍ରୀଡା ଜଗତର ଅନେକ କିମ୍ବଦନ୍ତୀ ଏବଂ ବରିଷ୍ଠ ରାଜନେତାମାନେ ଗୋଟିଏ ଛାତ ତଳେ ଏକାଠି ହୁଅନ୍ତି | ମାତ୍ର ଚଳିତ ବର୍ଷ କୋରୋନା କାରଣରୁ ଏହି ସମାରୋହକୁ ଭର୍ଚୁଆଲ ଭାବେ ଆୟୋଜନ କରାଯାଉଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.