ସ୍କିପିଂ ଖେଳି ଫିଟ ଇଣ୍ଡିଆର ବାର୍ତ୍ତା ଦେଲେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର - ଫିଟ୍ ଇଣ୍ଡିଆ କ୍ୟାମ୍ପେନ
🎬 Watch Now: Feature Video
ଫିଟ ଇଣ୍ଡିଆ ଅଭିଯାନ ପାଇଁ ସ୍କିପିଂ ଖେଳିଲେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର । ମନ୍ତ୍ରୀଙ୍କ ସ୍କିପିଂ ଖେଳ ଦେଖିଲେ ଆପଣ ବି ଅବାକ ହୋଇଯିବେ । ଯେମିତି ଚାହୁଁଛନ୍ତି ସେମିତି ସ୍କିପିଂ କରି ଦେଖାଉଛନ୍ତି । ଫିଟ ଇଣ୍ଡିଆ ଆପ୍ଲିକେଶନ ଲଞ୍ଚ ନେଇ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ କ୍ରୀଡ଼ା ମନ୍ତ୍ରୀ । ଏହି ଅବସରରେ ସେ ଫିଟ ରହିବାକୁ ପ୍ରତିଦିନ ବ୍ୟାୟାମ କରିବାକୁ ପରାମର୍ଶ ଦେଇଥିଲେ । ଏଭଳି ଭାବରେ ହିଁ ସେ ନିଜକୁ ଫିଟ ରଖି ପାରିଛନ୍ତି ବୋଲି କହିଥିଲେ । ଏହାପରେ ସେ ସ୍କିପିଂ ଖେଳି ଉପସ୍ଥିତ ଥବା ଲୋକଙ୍କୁ ଉତ୍ସାହିତ କରିବାକୁ ଚେଷ୍ଟା କରିଥିଲେ ।