ସତ ପାଲଟିଗଲା ମିଛ ଅଭିନୟ, ପରଲୋକରେ ଗୋପାଳ ଭାଣ୍ଡ - ollywood Actor Rabi mishra passed away
🎬 Watch Now: Feature Video
ଭୁବନେଶ୍ବର: ମିଛରେ ଅଭିନୟ କରୁ କରୁ ସତରେ ଆସିଥିଲା ହୃଦଘାତ । ଆଉ କେହି କିଛି ବୁଝିବା ଆଗରୁ ଗୁରୁତର ହୋଇପଡିଥିଲେ ବିଶିଷ୍ଟ ଓଡିଆ ହାସ୍ୟ ଅଭିନେତା ରବି ମିଶ୍ର । ଆଜି ସକାଳୁ ତାଙ୍କୁ କଟକ ମେଡିକାଲ ପରେ ଘରୋଇ ହସ୍ପିଟାଲର ଭର୍ତ୍ତି କରାଯାଇଥିଲା । ହେଲେ ମାତ୍ର 64 ବର୍ଷ ବୟସର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ଅଭିନେତା । ଅଭିନେତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଃଖ ପ୍ରକାଶ କରିଛନ୍ତି । ଆଉ ନାହାଁନ୍ତି ‘ଗୋପାଳ ରହସ୍ୟ’ ପାଇଁ ପ୍ରସିଦ୍ଧି ଲାଭ କରିଥିବା ହାସ୍ୟ ଅଭିନେତା ରବି ମିଶ୍ର । ଫିଲ୍ମ, ସିରିଏଲ ଓ ମଞ୍ଚରେ ଅଭିନୟ କରୁଥିବା କଳାକାରଙ୍କ ଅଭିନୟ ଏପରି ଜୀବନ୍ତ ହୋଇପଡିବ କେହି କେବେ ଭାବି ନଥିବେ । ଗତକାଲି ରାତିରେ ‘ହେ ପ୍ରଭୁ’ ସିରିଏଲରେ ହୃଦଘାତର ଅଭିନୟ କରୁଥିବାବେଳେ ହଠାତ ହୃଦଘାତ ଆସିବାରୁ ସେ ଗୁରୁତର ହୋଇପଡିଥିଲେ । ଆଉ ଆଜି ସେ ଅଫେରା ରାଇଜର ଅସ୍ତଗାମୀ ରବି । ତାଙ୍କ ବିୟୋଗରେ ସାରା ଓଲିଉଡ ଓ ଟେଲିଭିଜନରେ ଜଗତରେ ଛାଇଯାଇଛି ଶୋକର ଛାୟା । ଟେଲି ସିରିଏଲ ‘ଗୋପାଳ ରହସ୍ୟ’ ପାଇଁ ରବି ମିଶ୍ର ବେଶ ପ୍ରଶଂସା ସାଉଁଟିଥିଲେ । ଓଡିଶାର ପ୍ରତିଟି ଘରର ପାଇଁ ସେ ଏକ ଚିହ୍ନା ମୁହଁ ପାଲଟିଥିଲେ । ତେବେ ‘ହେ ପ୍ରଭୁ’ ହେଉଛି ତାଙ୍କର ଶେଷ ଅଭିନୀତ ସିରିଏଲ ।