ସାଇନା ସାଜିଲେ ପରିଣୀତି, ମାର୍ଚ୍ଚ ଶେଷ ସପ୍ତାହରେ ଦେଖିବେ ଦର୍ଶକ - ସାଇନା ଟ୍ରେଲର ଲଞ୍ଚ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-10929997-246-10929997-1615262271857.jpg)
ମୁମ୍ବାଇ: ସୋମବାର ଦିନ ମୁମ୍ବାଇରେ ଫିଲ୍ମ 'ସାଇନା'ର ଟ୍ରେଲରକୁ ଲଞ୍ଚ କରାଯାଇଥିଲା। ଏହି ଚଳଚ୍ଚିତ୍ରରେ ପରିନୀତି ଚୋପ୍ରା ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହୱାଲଙ୍କ ଭୂମିକାରେ ଅଭିନୟ କରୁଛନ୍ତି। ଏହି ସମୟରେ ପରିନୀତି କହିଛନ୍ତି ଯେ, 'ପ୍ରତ୍ୟେକ ଚଳଚ୍ଚିତ୍ରର ନିଜସ୍ବ ଯାତ୍ରା ଅଛି । ମୁଁ ଦୁଇ ବର୍ଷ ପୂର୍ବେ ଏହି ଚଳଚ୍ଚିତ୍ରର ସ୍କ୍ରିପ୍ଟ ପଢିଥିଲି ଏବଂ ମୁଁ କିଛି ଅଲଗା କରିବାକୁ ଚାହୁଁଥିଲି। ତା’ପରେ ଅମୋଲ ସାର୍ ମୋତେ କାହାଣୀ ବିଷୟରେ ବର୍ଣ୍ଣନା କରିଥିଲେ ଏବଂ ମୁଁ ତୁରନ୍ତ କାହାଣୀକୁ ପସନ୍ଦ କରିଥିଲି। ଫିଲ୍ମ ସମୟରେ ସାଇନା ମତେ ବହୁ ସମର୍ଥନ କରିଛନ୍ତି। ମାର୍ଚ୍ଚ 26, 2021 ରେ ଫିଲ୍ମ ସାଇନା ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।