thumbnail

By ETV Bharat Odisha Team

Published : Dec 4, 2023, 7:54 PM IST

ETV Bharat / Videos

କରୋନା ଦେଖାଇଲା ବାଟ, ପାଲଟିଗଲେ ଚିତ୍ରଶିଳ୍ପୀ

ବାଲେଶ୍ୱର: କୋରୋନା ଶିଖାଇଦେଲା ଚିତ୍ର ଆଙ୍କିବା, ଖାଲି ସେତିକି ନୁହେଁ ଏମିତି କି ସେ ଜଣେ ଚିତ୍ରକର ଭାବେ ନିଜର ପରିଚୟ ମଧ୍ୟ ସୃଷ୍ଟି କରି ପାରିଲେ । ଯେତେବେଳେ ସାରାଦେଶ ଲକ୍‌ଡାଉନ୍‌ ରହିଥିଲା ସେତେବେଳେ ଘରେ ବସି ବସି ସେ ଆଙ୍କିବାକୁ ଲାଗିଥିଲେ ଚିତ୍ର । ବାସ ସେହି ଦିନଠାରୁ ସେ ରଙ୍ଗ ଆଉ ତୁଳୀ ସହ ବାନ୍ଧି ହୋଇ ଯାଇଛନ୍ତି । ସେ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ କ୍ଷୀରକୋଣା ଗ୍ରାମର ମାନସ ରଞ୍ଜନ ବାରିକଙ୍କ ପୁଅ ତୁଷାର । 

ତୁଷାର କୋରୋନା ସମୟରେ ଘରେ ରହି ପ୍ରଥମେ ଶ୍ରୀଜୀଉଙ୍କ ୩ ରଥ ଅଙ୍କନ କରିଥିଲେ । ସେହି ଚିତ୍ର ତାଙ୍କୁ ଅନେକ ପ୍ରେରଣା ଦେଇଥିଲା । ସେବେଠାରୁ ତୁଷାର ଜଗନ୍ନାଥଙ୍କ ଚିତ୍ର ଆଙ୍କିବା ସହ ବିଭିନ୍ନ ଚିତ୍ର ଆଙ୍କି ଏବେ ସବୁଠି ପ୍ରଶଂସା ସାଉଁଠୁଛନ୍ତି । ତୁଷାର ସମୟ ପାଇଲେ ବିଭିନ୍ନ ଦେବାଦେବୀ, ଜୀବନ୍ତ ଚିତ୍ର ଆଙ୍କିବା, ମହାପୁରୁଷଙ୍କ ଫୋଟ, ଅଭିନେତା ଅଭିନେତ୍ରୀ ଏବଂ ରାଜନେତା ଭଳି ବିଭିନ୍ନ ପ୍ରକାରର ଚିତ୍ର ଆଙ୍କି ପାରୁଛନ୍ତି । ଏବେ ତୁଷାର ପୁରୀରେ ବିପିଏଡ଼ କରୁଥିବା ବେଳେ ଚିତ୍ରର ମୋହକୁ ଭୁଲି ପାରିନାହାନ୍ତି । 

ଏହା ମଧ୍ୟ ପଢନ୍ତୁ ....ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି, ଗୋଟିଏ ଦିନ ବଢିଲା କଟକ ବାଲିଯାତ୍ର

ଯେତେବେଳେ ବି ଟିକେ ଫାଙ୍କା ସମୟ ମିଳେ କାଗଜ, ପେନ୍ସିଲ ଆଉ ରଙ୍ଗ ତୁଳୀ ଧରି ସେ ବସି ଯାଆନ୍ତି ଚିତ୍ର ଆଙ୍କିବାକୁ । ତାଙ୍କ ଫୋଟଚିତ୍ର ସମସ୍ତଙ୍କୁ ଆକୃଷ୍ଟ କରୁଥିବା ବେଳେ ଓଡ଼ିଶାର ପୂର୍ବତନ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ତୁଷାରଙ୍କୁ ପୁରସ୍କୃତ କରିଥିଲେ । ନିଜର ପ୍ରଗାଢ ଇଛାଶକ୍ତି ସାଙ୍ଗକୁ ଚିତ୍ର ପ୍ରତି ସମର୍ପଣ ଭାବ ତାଙ୍କୁ ଦେଇଛି ଏକ ଅନନ୍ୟ ପରିଚୟ । ଆଗାମୀ ଦିନରେ ଜଣେ ଭଲ ଚିତ୍ରଶିଳ୍ପୀ ହେବାର ଇଚ୍ଛା ରଖିଛନ୍ତି ତୁଷାର ।

ଇଟିଭି ଭାରତ, ବାଲେଶ୍ୱର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.