'ପଶ୍ଚିମବଙ୍ଗ ଭବନ' ପାଇଁ ଜାଗା ପସନ୍ଦ କଲେ ମମତା, କହିଲେ ଓଡ଼ିଶା- ପଶ୍ଚିମବଙ୍ଗ ଦୁଇ ଭଉଣୀ

By

Published : Mar 22, 2023, 5:58 PM IST

thumbnail

ପୁରୀ: 'ପଶ୍ଚିମବଙ୍ଗ ଭବନ' ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ଦ୍ବାରା ଚିହ୍ନଟ ହୋଇଥିବା ଗିରଳ ନିକଟ ସିପସରୁବାଲି ମୌଜା ମଙ୍ଗଳା ମୁହାଣ ନିକଟରେ ଜମି ଅନୁଧ୍ୟାନ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହି ଜମିରେ ପଶ୍ଚିମବଙ୍ଗରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଅତିଥି ଭବନ ନିର୍ମାଣ କରାଯିବ । ରଥଯାତ୍ରା, ସ୍ନାନଯାତ୍ରା ଓ ବିଭିନ୍ନ ଛୁଟି ସମୟରେ ପୁରୀକୁ ପଶ୍ଚିମବଙ୍ଗରୁ ଲକ୍ଷାଧିକ ପର୍ଯ୍ୟଟକ ଆସିଥାନ୍ତି । ଏହି ସମୟରେ ଏହି ଅତିଥି ଭବନକୁ ସେମାନେ ବ୍ୟବହାର କରିପାରିବେ ବୋଲି କହିଛନ୍ତି ମମତା ।

ଏହା ବି ପଢ଼ନ୍ତୁ Odisha Assembly: ଶୂନ୍ୟକାଳରେ ମହାନଦୀ ପ୍ରସଙ୍ଗ ଉଠାଇଲା ବିଜେଡି, ଘାଣ୍ଟି ଦେଲେ ବିରୋଧୀ ଦଳନେତା

ତେବେ ରାଜ୍ୟ ସରକାର କେତେ ପରିମାଣର ଜମି ଦେବେ, ତାହା ଆସନ୍ତାକାଲି ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ ପରେ ସ୍ପଷ୍ଟ ହେବ । ସମ୍ପୃକ୍ତ ଜମିର କିଶମ ମୁର୍ତ୍ତିକା ପରୀକ୍ଷା ଆର୍କିଓଲୋଜିକାଲ ପ୍ଲାନ ଓ ଡିଜାଇନ ପ୍ରସ୍ତୁତ ହେବାପରେ ଗେଷ୍ଟହାଉସ ନିର୍ମାଣ କରାଯିବ ବୋଲି କହିଛନ୍ତି ମମତା । ଏହି ଅଞ୍ଚଳରେ ଗ୍ରୀନଫିଲ୍ଡ ଏୟାରପୋର୍ଟ, ବ୍ରିଜ୍ ନିର୍ମାଣ ମୁଖ୍ୟ ରାସ୍ତାକୁ ସଂଯୋଗୀକରଣ ରାସ୍ତା ଓ ଭୌଗୋଳିକ ଏବଂ ଅନ୍ୟାନ୍ୟ କାରଣରୁ ଏହି ସ୍ଥାନ ବେଶ ପସନ୍ଦ ଆସିଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି, "ଯେହେତୁ ହକି ମହାକୁମ୍ଭକୁ ନିମନ୍ତ୍ରଣ କରାଯାଇଥିଲା, କିନ୍ତୁ ଆସିପାରିନଥିଲି । ତେଣୁ ଏଥର ଗସ୍ତରେ ନବୀନଙ୍କୁ ସାକ୍ଷାତ କରିବି । ଏହି ଜାଗାକୁ ଆମେ ନୂଆ ପୁରୀର ରୂପ ଦେବୁ । ନବୀନଙ୍କୁ ପୂର୍ବରୁ ଭେଟିଛି, ଏଥର ମଧ୍ୟ ଭେଟଘାଟ ହେବ ।"

ଏହା ବି ପଢ଼ନ୍ତୁ  ପୁରୀରେ ପହଞ୍ଚିଲେ ମମତା, ନିର୍ମାଣ ନିବାସରେ କରିବେ ରାତ୍ରିଯାପନ

ଓଡ଼ିଶା ଓ ପଶ୍ଚିମବଙ୍ଗକୁ ଦୁଇ ଭଉଣୀ ବୋଲି କହିଛନ୍ତି ମମତା । ଏହାସହ ପୁରୀ ହେଉଛି ମୋର ପ୍ରଥମ ଘର ବୋଲି ସେ କହିଛନ୍ତି । ସେପଟେ ତୃତୀୟ ସାମୁଖ୍ୟକୁ ନେଇ ପ୍ରଶ୍ନର ଉତ୍ତରକୁ ଏଡାଇ ଯାଇଛନ୍ତି ମମତା । କହିଛନ୍ତି, "ଏହା ରାଜନୈତିକ ଟିପ୍ପଣୀ ଦେବାର ସମୟ ନୁହେଁ ।" ସେପଟେ ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଛନ୍ତି, "ସରକାରଙ୍କ ପକ୍ଷରୁ ସବୁ ପ୍ରକାର ସହଯୋଗ ଯୋଗାଇ ଦିଆଯିବ । ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ ଗେଷ୍ଟହାଉସ ନିର୍ମାଣ ପାଇଁ ଆବେଦନ କରାଯାଇଛି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ କେତେ ପରିମାଣର ଜମି ଯୋଗାଇ ଦିଆଯିବ  ।" ସେନେଇ ନିଷ୍ପତି ନିଆଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.