ଉତ୍ତରାଖଣ୍ଡ ପାଇଁ କାଳ ମୌସୁମୀ; ଭୂସ୍ଖଳନ ପରେ ରାସ୍ତା ବନ୍ଦ, ମୃତଦେହକୁ ୩କିମି ବୋହିଲେ ପରିବାର

By ETV Bharat Odisha Team

Published : Sep 4, 2023, 4:44 PM IST

thumbnail

ଡେରାଡୁନ: ଦେବଭୂମି ଉତ୍ତରାଖଣ୍ଡ ପାଇଁ କାଳ ସାଜୁଛି ମୌସୁମୀ । ଏବେ ରାଜ୍ୟରେ ଅନେକ ସ୍ଥାନରେ ଲଗାଣ ବର୍ଷା ଜାରି ଥିବା ବେଳେ ଅନେକ ମୁଖ୍ୟ ରାସ୍ତା ବନ୍ଦ ରହିଛି । ଗୋଟିଏ ପଟେ ସରକାର ଲଗାଣ ବର୍ଷା ପରେ ରାସ୍ତାରୁ ମାଟି ଅତଡ଼ା ହଟାଯାଇଥିବା କହୁଥିବା ବେଳେ ସ୍ଥିତି କିନ୍ତୁ ଭିନ୍ନ । ପ୍ରଶାସନ ପକ୍ଷରୁ ରାସ୍ତା ସଫା ହେଉନଥିବାରୁ ଅନେକ ମୁଖ୍ୟ ରାସ୍ତା ବନ୍ଦ ରହିଥିବା ଅଭିଯୋଗ ହୋଇଛି । ଫଳରେ ମୃତଦେହକୁ କାନ୍ଧରେ ବୋହି ଅନେକ ବାଟ ଚାଲିଛନ୍ତି ଲୋକେ । ବନ୍ଦ ରାସ୍ତା ଯୋଗୁଁ କାନ୍ଧରେ ମୃତଦେହକୁ ବୋହି ଶ୍ମଶାନ ଘାଟ ନେବା ସମ୍ଭବ ହୋଇନାହିଁ । ରବିବାର ପୌରି ଅଞ୍ଚଳରେ ଏପରି ଘଟଣା ଦେଖିବାକୁ ମିଳିଛି ।  

ଏହା ବି ପଢନ୍ତୁ- ଭୂସ୍ଖଳନରେ ଚାଲିଗଲା ଗୋଟିଏ ପରିବାରର ୪ ଜୀବନ

ମିଳିଥିବା ସୂଚନା ଅନୁସାରେ ଏହି ଅଞ୍ଚଳରେ ଜଣେ ବୃଦ୍ଧ ମୁକନ୍ଦୀ ଲାଲଙ୍କ ମୃତ୍ୟୁ ଘଟିଥିଲା । ଏହାପରେ ପରବିରା ପୌରି-କୋଟଦ୍ବାର ହାଇୱେ ରାସ୍ତା ଦେଇ ପୈତୃକ ଶ୍ମଶାନ ଜ୍ବଲ୍ପାଦେବୀକୁ ଅନ୍ତିମ ସଂସ୍କାର ପାଇଁ ବାହାରିଥିଲେ । ପରମ୍ପରା ଅନୁଯାୟୀ ସନ୍ତୁଧାର ମୋଟର ରାସ୍ତା ଦେଇ ଚାଲିବା ଆରମ୍ଭ କରିଥିଲେ । ପ୍ରାୟ ୫ରୁ ୭ କିମି ଯାତ୍ରା ପରେ ପରିବାର ଯେତେବେଳେ ଶ୍ମଶାନ ଜ୍ବଲ୍ପାଦେବୀ ଲାଗି ସନ୍ତୁଧାର ରାସ୍ତାରେ ପହଞ୍ଚିବା ପରେ ଆଗରେ ଭୂସ୍ଖଳନ ଯୋଗୁଁ ରାସ୍ତା ବନ୍ଦ ଥିବା ଜାଣିବାକୁ ପାଇଥିଲେ । ଏହାପରେ ପ୍ରାୟ କାନ୍ଧରେ ମୃତଦେହ ବୋହି ଅନ୍ତିମ ସଂସ୍କାର ଲାଗି ୩କିମି ଚାଲି ଚାଲି ଯାଇଥିବା ଜଣାପଡ଼ିଛି । ରାସ୍ତାର ଏପରି ଅବସ୍ଥାକୁ ନେଇ ସ୍ଥାନୀୟ ବାସିନ୍ଦା ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।  

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.