Odisha’s 1st Vande Bharat Express: ସପ୍ତାହକୁ 6 ଦିନ, 7ଟି ଷ୍ଟପେଜ୍; ଜାଣନ୍ତୁ ଟାଇମିଂ - ରାଜ୍ୟରେ ଗଡ଼ିବ ବନ୍ଦେ ଭାରତ

🎬 Watch Now: Feature Video

thumbnail

By

Published : May 16, 2023, 4:32 PM IST

ଭୁବନେଶ୍ବର: ରାଜ୍ୟରେ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ । ପୁରୀରୁ ହାୱଡା ମଧ୍ୟରେ ଚଳାଚଳ କରିବ ଏହି ଅତ୍ୟାଧୁନିକ ଟ୍ରେନ । ତେବେ ଆସନ୍ତା ୧୮ ତାରିଖରେ ଏହାର ଶୁଭାରମ୍ଭ କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ପୁରୀ ରେଳ ଷ୍ଟେସନରେ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ତେବେ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ଉତ୍ସବରେ ପୁରୀ ଷ୍ଟେସନରେ ରାଜ୍ୟପାଳ ଗଣେଶୀ ଲାଲଙ୍କ ସମେତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସମେତ ଓଡ଼ିଶାର ଅନ୍ୟ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶ୍ବେଶ୍ବର ଟୁଡୁ ଯୋଗ ଦେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।

ସୂଚନା ଅନୁସାରେ, ସପ୍ତାହକୁ 6 ଦିନ (ଗୁରୁବାର ବାଦ) ଚାଲିବାକୁ ଥିବା ବନ୍ଦେ ଭାରତ ଏକ୍ସପ୍ରେସ ସକାଳ ୬ ଟା ୧୦ ମିନିଟରେ ହାୱଡା ଷ୍ଟେସନରୁ ବାହାରି ମାଧ୍ୟାହ୍ନ ୧୨ଟା ୨୫ ମିନିଟରେ ପୁରୀରେ ପହଞ୍ଚିବ । ସେହିପରି ଅପରାହ୍ନ 1 ଟା ୫୦ ମିନିଟରେ ପୁରୀ ଷ୍ଟେସନ ଛାଡିବା ସହ ସନ୍ଧ୍ୟା ସାଢ଼େ ୮ଟାରେ ହାୱଡାରେ ପହଞ୍ଚିବ । ତେବେ ପୁରୀ ରୁ ହାୱଡା ଷ୍ଟେସନ ମଧ୍ୟରେ 7ଟି ଷ୍ଟପେଜରେ ଏହି ବନ୍ଦେ ଭାରତ ଟ୍ରେନ ରହଣି କରିବ । ଯେପରିକି ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, କଟକ, ଯାଜପୁର ରୋଡ୍, ଭଦ୍ରକ ଷ୍ଟେସନ ରହିବାକୁ ଥିବାବେଳେ ପରବର୍ତ୍ତୀ ସମୟରେ ବାଲେଶ୍ୱର ଷ୍ଟେସନକୁ  ମଧ୍ୟ ସାମିଲ କରାଯାଇଛୁ। ଏଥିସହ ଖଡ଼ଗପୁର ଷ୍ଟେସନରେ ମଧ୍ୟ ରହଣି କରିବ । ତେବେ ଏହି ଟ୍ରେନଟି ପ୍ରତ୍ୟେକ ଷ୍ଟେସନ ରେ ୨ ମିନିଟ ଲେଖାଏଁ ରହଣି କରିବ ।

ପ୍ରକାଶ ଥାଉକି, ଚେନ୍ନାଇ ପେରାମ୍ବୁର ଇଣ୍ଟିଗ୍ରେଟେଡ କୋଚ ଫ୍ୟାକ୍ଟ୍ରିରେ ନିଜସ୍ଵ ଜ୍ଞାନକୌଶଳରେ ନିର୍ମିତ ହୋଇଛି ଏହି ଟ୍ରେନ। ଏହି ଏକ୍ସପ୍ରେସରେ ରହିଛି ୧୬ ଟି କୋଚ। ତେବେ ଏହି ଏକ୍ସପ୍ରେସ ଟ୍ରେନଟିର ଘଣ୍ଟାପ୍ରତି ୧୮୦ କିମି ବେଗରେ ଗତି କରିବ। ଯାହା ଫଳରେ ହାୱଡାରୁ ପୁରୀକୁ ଯାତ୍ରା ସମୟ ୨ ଘଣ୍ଟା କମିଯିବ ଏଥିସହ ଟ୍ରେନଟି ବହୁତ ସ୍ପିଡରେ ଗତି କରିବ । ତେବେ ଏହି ଟ୍ରେନ ଚାଲୁଥିବା ଯାଏଁ ଡୋର ଖୋଲିବ ନାହିଁ କି ଡୋର ବନ୍ଦ ନ ହେବା ଯାଏଁ ଗାଡି ଚାଲିବ ନାହିଁ । ଅନେକ ସାଧାରଣ ଟ୍ରେନ ମାନଙ୍କରେ ଟ୍ରେନ ଚାଲୁଥିବା ସମୟରେ ଅନେକ ଯାତ୍ରୀ ମାନେ ଚଢିବାକୁ ଚେଷ୍ଟା କରନ୍ତି । କିଏ ଏଥିରେ ସଫଳ ହୋଇଥାଏ ଆଉ କିଏ ମୃତ୍ୟୁ ମୁଖରେ ପଡିଥାଏ। ତେବେ ଏନେଇ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏଥିରେ ଲାଗିଛି ଅଟୋମେଟେଡ କ୍ଲୋଜିଂ ଡୋର।  

ପ୍ରତି କୋଚ୍‌ରେ ୪ଟି ଲେଖାଏଁ ଏମର୍ଜେନ୍ସି ୱିଣ୍ଡୋ ଓ ୪ଟି ଲେଖାଏଁ ସିସିଟିଭି କ୍ୟାମେରା ଖଞ୍ଜାଯାଇଛି। ତେବେ ଯାତ୍ରୀମାନଙ୍କ ପାଇଁ ସ୍ଵତନ୍ତ୍ର ଭାବରେ ସିଟ ର ବ୍ୟବସ୍ଥା ରହିଥିବା ବେଳେ ଯାହା ୧୮୦ ଡିଗ୍ରୀ ବୁଲିପାରିବେ ଯାତ୍ରୀ। ଏହା ସହିତ ବାୟୋ ଭାକ୍ୟୁମ୍ ଟଏଲେଟର ବ୍ୟବସ୍ଥା ରଖାଯାଇଛି। ସେହିପରି ଗତ ଏପ୍ରିଲ ୨୮ ଓ ମେ ମାସ ୭ ତାରିଖରେ ପୁରୀ ରୁ ହାୱଡା ଏବଂ ହାୱଡା ରୁ ପୁରୀକୁ ବନ୍ଦେ ଭାରତ ଏକ୍ସପ୍ରେସର ଦୁଇ ଦୁଇ ଥର ସଫଳ ଟ୍ରାଏଲ ରନ ହୋଇସାରିଛି। ବର୍ତ୍ତମାନ କେବଳ ଅପେକ୍ଷା ରହିଛି ଟ୍ରେନ ର ଶୁଭାରମ୍ଭକୁ। 

ଇଟିଭି ଭାରତ,ଭୁବନେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.