ବିବାହ ବନ୍ଧନରେ ବାନ୍ଧି ହେଲେ ନିର୍ମଳା ସୀତାରମଣଙ୍କ ଝିଅ, ଯୋଗ ଦେଲେନି କୌଣସି ରାଜନେତା

🎬 Watch Now: Feature Video

thumbnail

ନୂଆଦିଲ୍ଲୀ: ବିବାହ ବନ୍ଧନରେ ବାନ୍ଧି ହେଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଝିଅ ପରକଲା ୱାଙ୍ଗମୟୀ । ଜୁନ ୮ ତାରିଖରେ ଅର୍ଥାତ ଗୁରୁବାର ବେଙ୍ଗାଲୁରୁ ସ୍ଥିତ ନିର୍ମଳାଙ୍କ ବାସ ଭବନରେ ନିରାଡମ୍ବର ଭାବେ ବିବାହ ସମାପନ ହୋଇଛି । ସବୁଠାରୁ ବଡ଼ କଥା ହେଲା, ଏହା ଏକ ସାଧାରଣ ବାହାଘର ଥିଲା । ଏଥିରେ କୌଣସି ଗ୍ରାଣ୍ଡ ପାର୍ଟିର ଆୟୋଜନ ହୋଇନଥିଲା । ଏହି ଉତ୍ସବରେ କୌଣସି ବଡ଼ ବଡ଼ ରାଜନେତା କିମ୍ବା ଭିଆଇପି ଯୋଗ ଦେଇନଥିଲେ । ବିବାହ ଉତ୍ସବରେ କେବଳ ପରିବାର ବର୍ଗ ଏବଂ ବନ୍ଧୁ ସାମିଲ ହୋଇଥିବା ଜଣାପଡ଼ିଛି । ହିନ୍ଦୁ ବ୍ରାହ୍ମଣ ପରମ୍ପରା ଅନୁସାରେ ରୀତିନୀତି ଅନୁଯାୟୀ ବିବାହ ହୋଇଥିବା ବେଳେ ନବ ଦମ୍ପତି ଉଡୁପି ଅଦମାରୁ ମଠର ସାଧୁସନ୍ଥଙ୍କ ଆଶୀର୍ବାଦ ନେଇଛନ୍ତି । ତେବେ ଗୁଜୁରାଟ ନିବାସୀ ପ୍ରତୀକ ଦୋସିଙ୍କ ସହ ପରକଲା ୱାଙ୍ଗମୟୀ ବିବାହ କରିଛନ୍ତି । ସେ ପିଏମଓ କାର୍ଯ୍ୟାଳୟର ଗୁରୁତ୍ବପୂର୍ଣ୍ଣ ବିଭାଗ ଦାୟିତ୍ବରେ ଥିବା ଜଣାପଡ଼ିଛି । ଏହି ବିବାହ ଉତ୍ସବର ଭିଡ଼ିଓ ସାମ୍ନାକୁ ଆସିଛି ।  

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.