ଭଦ୍ରକ ଚିକିତ୍ସାଳୟରେ ଦୁଇ କେନ୍ଦ୍ରମନ୍ତ୍ରୀ, ଆହତଙ୍କଠୁ ବୁଝିଲେ ହାଲଚାଲ - ଦୁର୍ଘଟଣାଗ୍ରସ୍ତ ଆହତଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ
🎬 Watch Now: Feature Video
ଭଦ୍ରକ: ବାଲେଶ୍ୱର ଜିଲ୍ଲାର ବାହାନଗା ଟ୍ରେନ ଟ୍ରାଜେଡି । ଭଦ୍ରକରେ ଚକିତ୍ସାଧୀନ ଦୁର୍ଘଟଣାଗ୍ରସ୍ତ ଆହତଙ୍କୁ ଭେଟିଲେ ଦୁଇ କେନ୍ଦ୍ରମନ୍ତ୍ରୀ । ହୃଦୟବିଦାରକ ଦୁର୍ଘଟଣାରେ ଅନେକ ଗୁରୁତର ଭଦ୍ରକ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦୁର୍ଘଟଣାର ବିଭିନ୍ନ ରାଜ୍ୟର ଲୋକ ଆହତ ସହିତ ମୃତାହତ ହୋଇଛନ୍ତି । ତେଣୁ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଭଦ୍ରକ ଜିଲ୍ଲା ହସ୍ପିଟାଲରେ ପହଞ୍ଚି ଚିକିତ୍ସାଧୀନ ଟ୍ରେନ ଯାତ୍ରୀଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । ଏହାସହ ସେଠାରେ ଥିବା CDMO, ଡାକ୍ତର ଏବଂ ପ୍ରଶାସନିକ ଅଧିକାରୀମାନଙ୍କ ଆହତଙ୍କ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ । ଦୁଇ କେନ୍ଦ୍ରମନ୍ତ୍ରୀ ପ୍ରଶାସନ ଠାରୁ ଆରମ୍ଭ କରି ସ୍ବେଚ୍ଛାସେଵୀମାନଙ୍କୁ ତାଙ୍କ କାମ ପାଇଁ ଧନ୍ୟବାଦ ଜଣାଇଥିଲେ । ଏହାସହ ପ୍ରତ୍ୟେକ ଆହତମାନଙ୍କୁ 50 ହଜାର ଟଙ୍କା ସହାୟତା ଦିଆ ସରିଛି ଓ ତାଙ୍କୁ ଫେରିବା ପାଇଁ ସମସ୍ତ ବ୍ୟବସ୍ଥା ରେଳ ପକ୍ଷରୁ କରାଯିବା ବୋଲି କେନ୍ଦ୍ରୀମନ୍ତ୍ରୀ କହିଥିଲେ ।
ଇଟିଭି ଭାରତ, ଭଦ୍ରକ