ବସ ସହ ଟ୍ରକ ମୁହାଁମୁହିଁ ଧକ୍କା, ଦଶରୁ ଊର୍ଦ୍ଧ୍ବ ଯାତ୍ରୀ ଗୁରୁତର

By

Published : May 18, 2023, 8:04 AM IST

thumbnail

କେନ୍ଦୁଝର: ଟ୍ରକ ସହ ବସ ମୁହାଁମୁହିଁ ଧକ୍କା । ୧୦ରୁ ଉର୍ଦ୍ଧ୍ବ ଯାତ୍ରୀ ଗୁରୁତର ଆହତ ହୋଇଥିବା ବେଳେ ୫ଜଣ ସାମାନ୍ୟ ଆହତ ହୋଇଥିବା ସୂଚନା । କେନ୍ଦୁଝର ଘଟଗାଁ ଥାନା ଅନ୍ତର୍ଗତ ପୋଇଜାମୁଲା ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା । ସୂଚନା ଅନୁଯାୟୀ ମା' ଦୁର୍ଗା ନାମକ ଏକ ଘରୋଇ ବସ ୩୦ରୁ ଊର୍ଦ୍ଧ୍ବ ଯାତ୍ରୀଙ୍କୁ ନେଇ ଯାଜପୁରରୁ କରଞ୍ଜିଆ ଅଭିମୁଖେ ଯାଉଥିଲା । ଏହି ସମୟରେ ଘଟଗାଁ ଥାନା ଅନ୍ତର୍ଗତ ପୋଇଜାମୁଳା ନିକଟରେ ସାମ୍ନା ପଟରୁ ଆସୁଥିବା ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଧକ୍କାରେ ଉଭୟ ଟ୍ରକ ଓ ବସ ରାସ୍ତା ତଳକୁ ଓଲଟି ପଡିଥିଲା । ସ୍ଥାନୀୟ ଲୋକମାନେ ୧୦୮ ଆମ୍ବୁଲାନ୍ସ ଓ ଅଗ୍ନିଶମ ବାହିନୀଙ୍କ ସୂଚନା ଦେଇଥିଲେ । ୧୦୮ ଆମ୍ବୁଲାନ୍ସ ଓ ଅଗ୍ନିଶମ ବାହିନୀ ସମସ୍ତ ଆହତ ମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଘଟଗାଁ ମେଡିକାଲରେ ଭର୍ତ୍ତି କରିଛି । ଘଟଣା ସ୍ଥଳରେ ପୋଲିସ ପହଁଞ୍ଚି ତଦନ୍ତ ଚଳାଇଛି ।  

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.