Bull Race: ଷଣ୍ଢ ଆକ୍ରମଣରେ 10 ଆହତ - କର୍ଣ୍ଣାଟକର ବିଜୟପୁରରେ ଅଭାବନୀୟ ଘଟଣା

🎬 Watch Now: Feature Video

thumbnail

By

Published : Jun 12, 2023, 12:18 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକର ବିଜୟପୁରରେ ଅଭାବନୀୟ ଘଟଣା। କାରା ହନିଉତ୍ସବ ଚାଲିଥିବା ବେଳେ ଷଣ୍ଢ ଆକ୍ରମଣରେ 10 ଜଣ ଆହତ ହୋଇଥିବା ସୂଚନା ମିଳିଛି। ବାବାଲେଶ୍ବର ତାଲୁକର କାଖଣ୍ଡାକି  ଗ୍ରାମରେ ଗତକାଲି(ରବିବାର) ଏହି ଘଟଣା ଘଟିଛି।  ଆହତଙ୍କ ମଧ୍ୟରୁ 3ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଚିକିତ୍ସା ପାଇଁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।  କାରା ହନିଉତ୍ସବରେ କୃଷକ ମାନେ ଷଣ୍ଢକୁ ସଜାଇ ଦୌଡ ପ୍ରତିଯୋଗିତାରେ ସାମିଲ କରିଥାଆନ୍ତି । ପ୍ରଥମେ ଶୋଭାଯାତ୍ରା କରାଯିବା ପରେ ଷଣ୍ଢ ଦୌଡ ପ୍ରତିଯୋଗିତା ହୋଇଥାଏ । ରବିବାର କାରା ହନିଉତ୍ସବରେ ଷଣ୍ଢ ଦୌଡ ପ୍ରତିଯୋଗିତାର ଆୟୋଜନା କରାଯାଇଥିଲା । ଏହା ଆରମ୍ଭ ହେବା ମାତ୍ରେ ପ୍ରତିଯୋଗିତାରେ ଭାଗ ନେଇଥିବା ଷଣ୍ଢ ଦୌଡିବା ଆରମ୍ଭ କରିଥିବା ବେଳେ ଅଚାନକ ଉପସ୍ଥିତ ଲୋକଙ୍କୁ ଆକ୍ରମଣ କରିଥିଲେ ।  ଷଣ୍ଢ ଦୌଡ ପ୍ରତିଯୋଗିତାରେ ଦୁଇ ବର୍ଷ ପୂର୍ବେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା ଏବଂ  ବର୍ଷ  5 ପୂର୍ବେ ଜଣ ଆହତ ହୋଇଥିଲେ ।

 ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.