୩୭୦ ଉଚ୍ଛେଦକୁ ସ୍ବାଗତ କଲେ ବିଧାୟକ ସୁର

By ETV Bharat Odisha Team

Published : Dec 11, 2023, 10:21 PM IST

thumbnail

ଭୁବନେଶ୍ବର: ଇତିହାସ ପାଲଟିଲା ଧାରା ୩୭୦ । ଜମ୍ମୁ କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ । ଧାରା ୩୭୦ ଉଚ୍ଛେଦକୁ ନେଇ ଆଜି ଆସିଲା ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ମୋଦି ସରକାରଙ୍କ ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟ ମୋହର ମାରିଛନ୍ତି । ଏହାପରେ କଂଗ୍ରେସ ବରିଷ୍ଠ ବିଧାୟକ ସୁର ରାଉତ ରାୟ ଓ ସିପିଆଇଏମ ନେତା ଜନାର୍ଦନ ପତି ମତ ରଖିଛନ୍ତି । ସୁର ଏହି ନିଷ୍ପତ୍ତିକୁ ସ୍ବାଗତ କରିଥିବା ବେଳେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଦୁର୍ଭାଗ୍ୟଜନକ କହିଲେ ସିପିଆଇଏମ ନେତା ଜନାର୍ଦ୍ଦନ ପତି ।

ଏନେଇ ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତ ରାୟ କହିଛନ୍ତି, "୩୭୦ ଉଚ୍ଛେଦକୁ ମୁଁ ସ୍ଵାଗତ କରୁଛି । ଭାରତ ବର୍ଷ ଗୋଟିଏ ଦେଶ ହେବା ଦରକାର । ତ୍ରିରଙ୍ଗା ହେଉଛି ଆମର ଇଜତ । ସମସ୍ତେ ଜାତୀୟ ପତାକାକୁ ସମ୍ମାନ ଦେବା ଆବଶ୍ୟକ । ସମସ୍ତ ରାଜ୍ୟରେ ଗୋଟିଏ ଆଇନ ହେବା ଦରକାର । ଭାରତ ମାଟିରେ ଯିଏ ରହିବେ ଦେଶର ସମ୍ବିଧାନକୁ ମାନି ଚାଲିବାକୁ ପଡିବ । ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଠିକ ଅଛି । ଜମ୍ମୁ କାଶ୍ମୀରରେ ହେବାକୁ ଥିବା ନିର୍ବାଚନକୁ ମଧ୍ୟ ମୁଁ ସ୍ବାଗତ କରିବା ସହ ଅଭିନନ୍ଦନ ଜଣାଉଛି ।"  

ଏହା ବି ପଢନ୍ତୁ- ଜମ୍ମୁ କାଶ୍ମୀରକୁ ନେଇ ସୁପ୍ରିମ ରାୟ: '2024 ସେପ୍ଟେମ୍ବର ସୁଦ୍ଧା ନିର୍ବାଚନ, ଶୀଘ୍ର ରାଜ୍ୟ ପାହ୍ୟା' 

ସେପଟେ ସିପିଆଇଏମ ନେତା ଜନାର୍ଦ୍ଦନ ପତି ସୁପ୍ରିମକୋର୍ଟର ନିଷ୍ପତ୍ତିକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ଏଭଳି ନିଷ୍ପତ୍ତି ଠିକ ନୁହେଁ । ଭାରତ ଭଳି ଗଣତାନ୍ତ୍ରିକ ରାଷ୍ଟ୍ରରେ ଏହି ନିଷ୍ପତ୍ତି ଶୋଭା ପାଉନି ବୋଲି ସେ କହିଛନ୍ତି । ଧାରା ୩୭୦ ଉଚ୍ଛେଦ ସାମ୍ବିଧାନିକ ଦୃଷ୍ଟିରୁ ଠିକ ବୋଲି କହିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି. ୱାଇ ଚନ୍ଦ୍ରଚୂଡ଼। ଲଦାଖକୁ ଜମ୍ମୁ କାଶ୍ମୀରଠାରୁ ଅଲଗା ଘୋଷଣା କରିବା ଉଚିତ । ଏହାସହ ଜମ୍ମୁ କାଶ୍ମୀରକୁ ଶୀଘ୍ର ରାଜ୍ୟର ମାନ୍ୟତା ଦେବା ସହ ୨୦୨୪ ସେପ୍ଟେମ୍ବର ୩୦ ସୁଦ୍ଧା ଜମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ ଶେଷ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.