thumbnail

By ETV Bharat Odisha Team

Published : Aug 30, 2023, 3:41 PM IST

ETV Bharat / Videos

ଯବାନଙ୍କୁ ରାକ୍ଷୀ ପିନ୍ଧାଇଲେ ଭବାନୀପାଟଣାବାସୀ, ମଙ୍ଗଳ ମନାସି କଲେ ପୂଜାର୍ଚ୍ଚନା

ଭବାନୀପାଟଣା: ଆଜି ଭାଇ ଭଉଣୀଙ୍କ ପବିତ୍ର ସମ୍ପର୍କର ପବିତ୍ର ଦିନ ରାକ୍ଷୀ ପୂର୍ଣ୍ଣିମା । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ପୁରପଲ୍ଲୀ । ଭାଇର ମଙ୍ଗଳ ମନାସି ତା' ହାତରେ ଭଉଣୀ ସ୍ନେହରେ ରାକ୍ଷୀ ବାନ୍ଧୁଥିବାବେଳେ ଦେଶ ସେବାରେ ନିୟୋଜିତ ଥିବା ଯବାନଙ୍କୁ ମଧ୍ୟ ରାକ୍ଷୀ ବାନ୍ଧିଛନ୍ତି ସ୍ଥାନୀୟ ବାସିନ୍ଦା । ଭଉଣୀଟିଏ ରାକ୍ଷୀ ବାନ୍ଧି ଭାଇଠାରୁ ନିଜ ସୁରକ୍ଷାର ପ୍ରତିଶୃତି ପାଇଥାଏ । ହେଲେ ଦେଶ ସେବାରେ ଥିବା ଯବାନ ନିଜ ପରିବାରଠାରୁ ଦୂରରେ ରହି ଆମକୁ ସୁରକ୍ଷା ଦେଉଥିବାବେଳେ ଆଜି ଭଳି ଦିନରେ ମଧ୍ୟ ନିଜ ଭଉଣୀଠାରୁ ଦୂରରେ ରହି ସୁରକ୍ଷା ଦାୟିତ୍ୱ ତୁଲାଉଛନ୍ତି । ଆଉ ସେହି ଯବାନ ଭାଇର ହାତ ଯେପରି ଖାଲି ନରହେ, ସେଥିପାଇଁ ଯବାନଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି ଜନ ସାଧାରଣ । 

ଏହା ବି ପଢନ୍ତୁ...ଆଜି ରାକ୍ଷୀ ପୂର୍ଣ୍ଣିମା, ଭାଇ ହାତରେ ଉଭଣୀର ସ୍ନେହର ଡୋରି

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଅଟାଙ୍ଗଗୁଡ଼ାଠାରେ ଥିବା ସିଆରପିଏଫ ୬୪ ବାଟାଲିଆନର ଯବାନଙ୍କୁ ରାକ୍ଷୀ ବାନ୍ଧିଛନ୍ତି ଭବାନୀପାଟଣା ବାସିନ୍ଦା । କଳାହାଣ୍ଡି ବ୍ରାହ୍ମଣ ସମାଜ, ସ୍କୁଲ୍‌ ଓ କଲେଜର ଛାତ୍ରଛାତ୍ରୀ, ବ୍ରହ୍ମା କୁମାରୀ ବିଦ୍ୟାଳୟର କର୍ମକର୍ତ୍ତାଙ୍କ ସମେତ ବିଭିନ୍ନ ଅନୁଷ୍ଠାନର ମହିଳାମାନେ CRPF ଯବାନଙ୍କୁ ବନ୍ଦାପନା କରିବା ସହ ତାଙ୍କ ହାତରେ ରାକ୍ଷୀ ବାନ୍ଧି ସେମାନଙ୍କ ମଙ୍ଗଳ ମନାସିଛନ୍ତି । ଫଳରେ ଏକ ଭାବ ବିହ୍ୱଳ ପରିବେଶ ସୃଷ୍ଟି ହୋଇଛି ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.