Matric Result: ୯୫.୩୯ ପ୍ରତିଶତ ରଖି ଜିଲ୍ଲା ଟପ୍ପର ହେଲେ ସାଇଜ୍ୟୋତି - ସାଇଜ୍ୟୋତି ମହାନ୍ତି ଜିଲ୍ଲା ଟପ୍ପର

🎬 Watch Now: Feature Video

thumbnail

By

Published : May 18, 2023, 9:42 PM IST

ବାରିପଦା: ଆଜି ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ । ବାରିପଦା ସ୍ଥିତ ସାଇ ବିଦ୍ୟା ମନ୍ଦିରର ଛାତ୍ର ସାଇଜ୍ୟୋତି ମହାନ୍ତି  ୯୭.୩୩ ପ୍ରତିଶତ ନମ୍ବର ଜିଲ୍ଲା ଟପ୍ପର ହୋଇଛନ୍ତି । ସେହିପରି ଉକ୍ତ ସ୍କୁଲ୍‌ର ଦେବରାଜ ସିଂ ୫୬୭ ନମ୍ବର, ଅମିତ ମହାରଣା ୫୬୮ ନମ୍ବର, ପ୍ରିୟଙ୍କା ପ୍ରିୟଦର୍ଶିନୀ କଣ୍ଡେଲକଲ ୫୬୬ ନମ୍ବର ରଖିଛନ୍ତି । ତେବେ ସର୍ବମୋଟ ୮୫ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିବା ବେଳେ ଶତ ପ୍ରତିଶତ କୃତକାର୍ଯ୍ୟ ହୋଇଛନ୍ତି । ୧୪ ଜଣ ବିଦ୍ୟାର୍ଥୀ ଶତକଡା ୯୦ ପ୍ରତିଶତ ନଂରୁ ଅଧିକ ରଖିଥିବା ବେଳେ ସାଇ ବିଦ୍ୟା ମନ୍ଦିରର ନିର୍ଦ୍ଦେଶକ ଓ ପ୍ରିନ୍ସିପାଲଙ୍କୁ ମିଳିଛି ଏହି ସଫଳତାର ଶ୍ରେୟ । ତେବେ ସାଇ ବିଦ୍ୟା ମନ୍ଦିରର ଛାତ୍ର ସାଇଜ୍ୟୋତି ମହାନ୍ତି ଜିଲ୍ଲାରେ ଟପ୍ପର ହୋଇଥିବା ଖବର ପ୍ରଚାର ହେବା ପରେ ତାଙ୍କୁ ଓ ତାଙ୍କ ପରିବାର ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି।  

ସେହିପରି ବାରିପଦା ସ୍ଥିତ ପ୍ରିନ୍ସ ପବ୍ଲିକ ସ୍କୁଲ ଓ ଶୁଭଶ୍ରୀ ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଶତ ପ୍ରତିଶତ ରେଜଲ୍ଟ ହାସଲ କରିଛନ୍ତି । ପ୍ରିନ୍ସ ପବ୍ଲିକ ସ୍କୁଲର ୩ ଜଣ ଛାତ୍ରଛାତ୍ରୀ ଓ ଶୁଭଶ୍ରୀ ଆବାସିକ ବିଦ୍ୟାଳୟର ୨ ଜଣ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି । ତେବେ ଜିଲ୍ଲାର ୬୧୧ ଟି ହାଇସ୍କୁଲର ୩୪,୪୧୭ ଜଣ ନିୟମିତ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିବା ବେଳେ ୧୦୦୧ ଜଣ ଅନୁପସ୍ଥିତ ଥିଲେ । ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩୨,୮୩୧ ଜଣ ଛାତ୍ରଛାତ୍ରୀ ୯୫.୩୯ ପ୍ରତିଶତ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୭,୮୩୬ ଜଣ ଛାତ୍ରୀ ଥିବାବେଳେ ୧୪,୯୯୫ ଜଣ ଛାତ୍ର ମାଟ୍ରିକ ପରୀକ୍ଷା ଦେଇଥିଲେ । 


ଇଟିଭି ଭାରତ, ରାଇରଙ୍ଗପୁର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.