ସ୍ବାଭିମାନ ଅଞ୍ଚଳରେ ନୁହେଁ, ଏଠାରେ ହେବ 'ପୁଷ୍ପା ୨'ସୁଟିଂ

By

Published : May 5, 2023, 10:22 PM IST

thumbnail

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ସୁଟିଂ ହେବ ସାଉଥର ସୁପର୍‌ହିଟ୍‌ ସିନେମା ପୁଷ୍ପା ପାର୍ଟ-2 । ଏହାର ସୁଟିଂ ପ୍ରଥମେ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ସ୍ଵାଭିମାନ ଅଞ୍ଚଳରେ ହେବ ନାହିଁ ବରଂ ମାଲକାନଗିରି ଆନ୍ଧ୍ର ସିମାନ୍ତ ପୋଲେରୁ ଓ ମୋତୁଗୁଡେମ ଅଞ୍ଚଳରେ ହେବ ବୋଲି ଜଣାପଡିଛି । ଏନେଇ ଚଳଚିତ୍ର ନିର୍ମାଣକାରୀ ଏକ ସ୍ବତନ୍ତ୍ର ଟିମ ମାଲକାନଗିରି ଜିଲ୍ଲାର ପୋଲେରୁ ଓ ଆନ୍ଧ୍ରପ୍ରଦେଶ ମୋତୁଗୁଡେମ ଅଞ୍ଚଳ ବୁଲି ଅନେକ ସ୍ଥାନ ଚିହ୍ନଟ କରିଛନ୍ତି । ଏଥିସହ ପୋଲେରୁ ଗ୍ରାମବାସୀଙ୍କୁ ନେଇ କିଛି ଭିଡିଓ ଓ ଫଟୋ ଉତ୍ତୋଳନ କରିଥିବାର ଜଣା ପଡ଼ିଛି । ଆସନ୍ତା ୮ ତାରିଖରୁ ପୋଲେରୁ ଘାଟ ଓ ମୋତେଗୁଡ଼ମ ତାଡ଼କାରେଉ ଠାରେ ପୁଷ୍ପା-୨ର ସୁଟିଂ ଆରମ୍ଭ ହେବ ବୋଲି ମୈତ୍ରୀ ମୁଭି ମେକର ସଂସ୍ଥା ତରଫରୁ କୁହାଯାଇଛି । ଏନେଇ ସୁପରଷ୍ଟାର ଅଲୁ ଅର୍ଜୁନ ସେଠାକୁ ଯିବା ସହ ସେଠାରେ  ୪ରୁ ୫ ଦିନ ପର୍ଯ୍ୟନ୍ତ ଏଠାରେ ସୁଟିଂ କରାଯିବ ବୋଲି ଜଣାପଡିଛି । ତେବେ ସିନେମାର ସୁଟିଂ ଦେଖିବା ଲାଗି ଏବେ ଠାରୁ ପୋଲେରୁ ଅଞ୍ଚଳରେ ଲୋକ ମାନଙ୍କର ଭିଡ ଜମିବାରେ ଲାଗିଛି ।

ଇଟିଭି ଭାରତ, ମାଲକାନଗିରି 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.