thumbnail

By ETV Bharat Odisha Team

Published : Oct 28, 2023, 10:55 PM IST

ETV Bharat / Videos

ମତଦାନ ସଚେତନତା ପାଇଁ ପଥ ଉତ୍ସବ, ନୂଆ ଭୋଟରଙ୍କୁ ଆକୃଷ୍ଟ ଲକ୍ଷ୍ୟ

ରାଇରଙ୍ଗପୁର: ଜିଲ୍ଲାର ରାଇରଙ୍ଗପୁର ସହରରେ ଆଜି ମତଦାତା ଓ ମତଦାନ ସମ୍ବନ୍ଧୀୟ ସଚେତନ‌ତା ପଥ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ତେବେ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ 2024କୁ ସାଧାରଣ ଜନତାଙ୍କୁ ସଚେତନା କରିବା ପାଇଁ ଏକ ଅଭିନବ ପଥ ଉତ୍ସବର ଆୟୋଜନ କରାଯାଇଛି । ଏହି ପରିପ୍ରେକ୍ଷୀରେ ରାଇରଙ୍ଗପୁର ସହରର ବିଜୁ ପଟ୍ଟନାୟକ ମୁଖ୍ୟ ମାର୍ଗ ଠାରେ ରାଇରଙ୍ଗପୁର ଉପଜିଲ୍ଲାପାଳ ସରୋଜ କୁମାର ଦାଶଙ୍କ ତତ୍ତ୍ୱବଧାନରେରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମତଦାତା ଓ ମତଦାନ ସମ୍ବନ୍ଧୀୟ ସଚେତନତା ପଥ ଉତ୍ସବ ବିଶେଷ ଭାବେ ମହାବିଦ୍ୟାଳୟ ଗୁଡିକରେ ଅଧ୍ୟୟନରତ ୧୭-୧୮ ବର୍ଷର ଯୁବ ଭୋଟର, ନୂଆ ମତଦାତା ଓ ରାଇରଙ୍ଗପୁର ଉପଖଣ୍ଡର ସମସ୍ତ ନାଗରିକ ମାନଙ୍କୁ ଆଗାମୀ ସାଧାରଣ ନିର୍ବାଚନରେ ଭୋଟ ଦେବାର ଅଧିକାର ବିଷୟରେ ସଚେତନ କରିବା , ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା । 

ଏ ଅବସରରେ ରାଇରଙ୍ଗପୁର ସହରର ଲିସେନ୍ସି ହୋଟେଲ ଠାରୁ ଗୋଲେଇ ଛକ ମଧ୍ୟରେ ବିଭିନ୍ନ ପ୍ରକାର ଆକର୍ଷଣୀୟ ମୂରୁଜ କଳା, ବାଲୁକା କଳା, ଛାତ୍ରଛାତ୍ରୀଙ୍କ ଚିତ୍ରକଳା ଦର୍ଶକମାନଙ୍କ ମନ ମୋହି ଥିଲା । ଏଥି ସହିତ କାର୍ଯ୍ୟକ୍ରମ ମଧ୍ୟରେ ପଥପ୍ରାନ୍ତ ନାଟକ, ନୃତ୍ୟ ପରିବେଷଣ ମାଧ୍ୟମରେ ମତଦାନ ସମ୍ବନ୍ଧୀୟ ସଚେତନ କରା ଯାଇଥିଲା । ଏକ ଭୋଟର ସହାୟତା କେନ୍ଦ୍ର ଖୋଲା ଯାଇଛି । ଯେଉଁଥିରେ ଭୋଟର ତାଲିକାରେ ନାମ ପଞ୍ଜିକରଣ ସହ ତାଲିକାରେ ବିଭିନ୍ନ ସଂଶୋଧନ ସମ୍ବନ୍ଧୀୟ ସଚେତନା କରାଯାଉଛି । ଏହା ସହ ମୋବଇଲ ଫୋନ ଦ୍ୱାରା ଏସବୁ କାର୍ଯ୍ୟ କିପରି ହୋଇପାରିବ , ସେ ନେଇ ସାଧାରଣ ଜନତାଙ୍କୁ ସଚେତନା କରାଯାଉଛି  । 

ଏହା ମଧ୍ୟ ପଢନ୍ତୁ...Voters List Revision Begins: ଆରମ୍ଭ ହେଲା ଭୋଟର ତାଲିକା ସଂକ୍ଷିପ୍ତ ସଂଶୋଧନ ପ୍ରକ୍ରିୟା


ଇଟିଭି ଭାରତ, ମୟୂରଭଞ୍ଜ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.