thumbnail

ଭୁବନେଶ୍ୱର ଆୟୋଜିତ ହେବ ଓଡିଶା ଫଟୋ ଫେୟାର, ନଭେମ୍ବର ୧୭ରୁ ୧୯ ଯାଏଁ ଚାଲିବ

By ETV Bharat Odisha Team

Published : Nov 15, 2023, 8:41 PM IST

ଭୁବନେଶ୍ୱର: ରାଜଧାନୀରେ ଆୟୋଜିତ ହେବ ଓଡ଼ିଶା ଫଟୋ ଫେୟାର । ଚଳିତ ବର୍ଷ ୭ମ ଥର ପାଇଁ ଏହି ଓଡ଼ିଶା ଫଟୋ ଫେୟାର ଆୟୋଜିତ ହେବ । ନଭେମ୍ବର ୧୭ ରୁ ୧୯ ଯାଏଁ ଚାଲିବ ଏହି ମେଳା । ଏହା ୩ଦିନ ସୋଆ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେବ ବୋଲି ଆଜି ଓଡିଶା ଫୋଟୋଗ୍ରାଫର ମହାସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମାଳନୀରେ ସୂଚନା ପ୍ରଦାନ କରାଯାଇଛି ।ଏହାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଉଦଘାଟନ କରିବେ । ଓଡ଼ିଶା ଫୋଟୋଗ୍ରାଫର ମହାସଂଘ ପକ୍ଷରୁ ଏହି ମେଗା ମେଳା ଆୟୋଜିତ କରାଯାଉଥିବା ବେଳେ ଭାରତର ବିଭିନ୍ନ କୋଣ ଅନୁକୋଣର ଫୋଟୋଗ୍ରାଫର ମାନେ ଯୋଗଦେବେ ।

ଏହି ଫଟୋ ଫେୟାରରେ ଫୋଟୋଗ୍ରାଫର ମାନେ କ୍ୟାମେରା ଓ ତତସମ୍ବଧୀୟ ଉପକରଣ ଗୋଟିଏ ସ୍ଥାନରେ ସୁଲଭ ମୂଲ୍ୟରେ ପାଇପାରିବେ । ଏହାସହ ଏଠାରେ କ୍ୟାମେରା ଫେସନ ସୋ ଓ ବିଭିନ୍ନ କର୍ମଶାଳା ଅନୁଷ୍ଠିତ ହେବ । ଫୋଟୋଗ୍ରାଫି ସହ ଜଡିତ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ସହ ପୁରୁଣା ସ୍ମୃତିକୁ ମଧ୍ୟ ଉଜ୍ଜିବୀତ କରାଯିବ ଏହି ମେଳାରେ  । ତେବେ ଓଡ଼ିଶାର ୩୬ ଟି ସ୍ଥାନୀୟ ଓ ଜିଲ୍ଲା ଫଟୋଗ୍ରାଫରଙ୍କ ମିଳିତ ସହଯୋଗରେ ଏହା ଆୟୋଜନ କରାଯାଉଛି ।ଚଳିତ ବର୍ଷ ଏହି ଫୋଟୋଗ୍ରାଫ ମେଳା ଭୁବନେଶ୍ୱର ସମେତ ରାଜ୍ୟବାସୀଙ୍କୁ ନୂଆ ଏକ ଅନୁଭୂତି ଆଣିଦେବ ସହ କ୍ୟାମେରା ସହ ଜଡ଼ିତ ଜ୍ଞାନ ପାଇପାରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ସଂଘର ସଭାପତି ।  

ଏହା ମଧ୍ୟ ପଢନ୍ତୁ ....ଗୋଲାପୀ ରଙ୍ଗରେ ରଙ୍ଗୀନ ହେବ ବଡ଼ଦାଣ୍ଡ, ନୂଆବର୍ଷରୁ ସବୁ କୋଠାକୁ କରାଯିବ ସୌନ୍ଦର୍ଯ୍ୟକରଣ!


ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.