National Handloom Day: ସାରା ବିଶ୍ବରେ ଚମକୁଛି ଓଡ଼ିଶାର ହସ୍ତତନ୍ତ

🎬 Watch Now: Feature Video

thumbnail

ଭୁବନେଶ୍ବର: ଭାରତ ଇତିହାସରେ ହସ୍ତଶିଳ୍ପ ସୃଷ୍ଟି କରିଛି ତା'ର ଏକ ଭିନ୍ନ ପରିଚୟ । ଯାହାକୁ ପାଥେୟ କରି ସ୍ଵାଭିମାନୀ ଓଡ଼ିଆ ଓମେନ୍ସ ୱାଲଡ୍ ପରିବାର ତରଫରୁ ରାଜଧାନୀ ଭୁବନେଶ୍ଵରରେ ଅଗଷ୍ଟ ୬ ତାରିଖ ଦିନ ବୁଣାକାର କାରିଗରଙ୍କୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଥମ ଥର ପାଇଁ ଓଡ଼ିଶା ହ୍ୟାଣ୍ଡ୍‌ଲୁମ୍‌ ୱାକାଥନ୍ ଆୟୋଜିତ କରାଯାଇଥିଲା । ଏଥିରେ 700ରୁ ଊର୍ଦ୍ଧ୍ୱ ପୁରୁଷ, ମହିଳା ଓ ଶିଶୁ ଯୋଗଦାନ କରିଥିଲେ । ଏଥିରେ ମୁଖ୍ୟ ଆକର୍ଷଣ ଭାବେ ଓଲିଉଡ୍‌ର ଲୋକପ୍ରିୟ ଅଭିନେତା ସିଦ୍ଧାନ୍ତ ମହାପାତ୍ର, ଏଲିନା ପ୍ରିୟଦର୍ଶିନୀ ଓ ଶାଶ୍ୱତ ଯୋଶୀ ସାମିଲ ହୋଇଥିଲେ । ଏହି ଅବସରରେ ରାଜ୍ୟର ବୁଣାକାରମାନଙ୍କୁ ସମ୍ମାନିତ କରାଯାଇଥିଲା । ବିଭିନ୍ନ ପାରମ୍ପରିକ ନାଚ, ଗୀତରେ ଝୁମି ଉଠିଥିଲା ପୁରା ପରିବେଶ । କେବଳ ଓଡ଼ିଶା ନୁହେଁ ଦେଶର ବିଭିନ୍ନ ସ୍ଥାନରେ ତଥା ବିଦେଶରେ ରହୁଥିବା ଓଡ଼ିଆମାନେ ମଧ୍ୟ ହସ୍ତତନ୍ତ ଦିବସକୁ ପାଳନ କରିଛନ୍ତି । ଯେପରିକି ପୁନେ, ଚେନ୍ନାଇ, ହାଇଦ୍ରାବାଦ,  ବମ୍ବେ, ଦିଲ୍ଲୀ ଏବଂ ଜର୍ମାନୀରେ ଓଡ଼ିଶା ହସ୍ତତନ୍ତର ପ୍ରଚାର ପ୍ରସାର ପାଇଁ ପ୍ରବାସୀ ଓଡ଼ିଆଙ୍କୁ ନେଇ ବନ୍ଧୁ ମିଳନ କାର୍ଯ୍ୟକ୍ରମ କରାଯାଇଛି । ସମସ୍ତେ ଓଡ଼ିଶା ହସ୍ତତନ୍ତର ପୋଷାକ ପରିଧାନ କରି ପାରମ୍ପରିକ ଖାଦ୍ଯ ଖାଇ ବେଶ ଆଡ଼ମ୍ବର ସହକାରେ ଦିବସକୁ ପାଳନ କରିଛନ୍ତି । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.