Nuakhai: ସମଲେଶ୍ୱରୀଙ୍କୁ ନବାନ୍ନ ଲାଗି, ଘରେ ଘରେ ନୂଆଖାଇ ପାଳିତ
🎬 Watch Now: Feature Video
Published : Sep 20, 2023, 2:57 PM IST
ସମ୍ବଲପୁର: ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ । ଏଥିପାଇଁ ଚଳଚଞ୍ଚଳ ସମ୍ବଲପୁର ସହର l ବର୍ଷକରେ ଥରେ ଏହି ପର୍ବ ପରିବାରର ସମସ୍ତଙ୍କୁ ଏକାଠି ହେବାର ଅବସର ଆଣିଥାଏ l ନୂଆଖାଇ ଦିନ ସମଲେଶ୍ୱରୀ ମନ୍ଦିରରେ ସ୍ୱତନ୍ତ୍ର ରୀତିନୀତି ହୋଇଥାଏ l ଆଜି ଭୋର 4ଟାରେ ମନ୍ଦିରର ମୁଖ୍ୟ ପୂଜକ ସହ ଅନ୍ୟ ପୂଜକ ମାନେ ମାଆଙ୍କ ମନ୍ଦିରର ମୁଖ୍ୟ ଦ୍ୱାର ଖୋଲିଥିଲେ l ଏହା ପରେ ଗଙ୍ଗା ଜଳରେ ମାଆଙ୍କ ସ୍ନାନ କରାଯାଇ ମାଆଙ୍କୁ ପାଟବସ୍ତ୍ର ଓ ଅଳଙ୍କାରରେ ସୁସଜ୍ଜିତ କରାଯାଇଥିଲା l ଏହା ପରେ ମୁଖ୍ୟ ପୂଜକ ଓ ଅନ୍ୟ ପୂଜକ ମାନେ ନିଜ ନିଜ ଘରୁ ନବାନ୍ନ ସହ ଅନ୍ୟ ସବୁ ପୂଜା ସାମଗ୍ରୀ ଓ ପିଠା ପଣା ଆଣି ପଣ୍ଡିତମାନଙ୍କ ଦ୍ଵାରା ନିର୍ଧାରିତ ଶୁଭଲଗ୍ନରେ ମାଆ ସମଲେଶ୍ୱରୀଙ୍କ ଠାରେ ନବାନ୍ନ ଲାଗି କରିଥିଲେ l ଏହା ପରେ ମନ୍ଦିର ଚତୁଃପାର୍ଶ୍ବରେ ଥିବା 115 ଦେବା ଦେବୀଙ୍କ ଠାରେ ନବାନ୍ନ ଲାଗି ହୋଇଥିଲା l ପରେ ଶ୍ରଦ୍ଧାଳୁମାନେ ନିଜ ଘରୁ ଆଣିଥିବା ନବାନ୍ନ ସହ ବିଭିନ୍ନ ପ୍ରକାର ଭୋଗକୁ ମାଙ୍କୁ ଅର୍ପଣ କରିବା ପରେ ନିଜ ନିଜ ଘରେ ନୂଆଖାଇ ପାଳନ କରିଛନ୍ତି l
ଏହା ମଧ୍ୟ ପଢନ୍ତୁ- ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ , ଖୋର୍ଦ୍ଧା ସଂପୁରରେ ଧୁମଧାମରେ ପାଳିତ
ଇଟିଭି ଭାରତ, ସମ୍ବଲପୁର