୨୫ଟଙ୍କାରେ ପିଆଜ ବିକିଲା ନାଫେଡ୍, ଗ୍ରହାକଙ୍କ ଅସମ୍ଭାଳ ଭିଡ଼
🎬 Watch Now: Feature Video
Published : Nov 9, 2023, 4:06 PM IST
ଖୋର୍ଦ୍ଧା: ଗତ କିଛିଦିନ ହେବ ରାଜ୍ୟରେ ଗ୍ରାହକଙ୍କୁ କନ୍ଦାଉଛି ପିଆଜ ଓ ଡାଲି ଦର । ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟରେ ପିଆଜ ଓ ଡାଲି ରହିଥିବା ବେଳେ ଏହାର ଦର ପକେଟକୁ ବାଧୁଛି । ଆଉ ଯେଉଁଥିପାଇଁ ହାଣ୍ଡି ଶାଳରୁ ଏକ ପ୍ରକାର ପିଆଜ ହୋଇଛି ଉଭାନ। ଆଜି ଖୋର୍ଦ୍ଧା ଗୀତା ଭାବନା ନିକଟରେ ଦେଖିବାକୁ ମିଳିଛି ଡାଲି ଆଉ ପିଆଜ ପାଇଁ ଭିଡ଼ । ଲୋକମାନେ ଖରାରେ ଲମ୍ବା ଧାଡିରେ ଠିଆହୋଇ ପିଆଜ କିଣୁଛନ୍ତି । କେନ୍ଦ୍ର ସରକାରଙ୍କ ସଂସ୍ଥା ନାଫେଡ ଦ୍ୱାରା ବଜାର ଦରଠାରୁ ପ୍ରାୟ ଅଧା ଦରରେ ପିଆଜ ଓ ଡାଲି ଯୋଗେଇ ଦିଆଯାଉଛି ।
ଏହା ଭ୍ରାମ୍ୟମାଣଗାଡି ମାଧ୍ୟମରେ ପିଆଜ କିଲୋ ପିଛା 25 ଟଙ୍କା ଓ ଡାଲି କିଲୋପିଛା 60 ଟଙ୍କାରେ ଯୋଗାଇ ଦିଆଯାଉଛି ।ଫଳେ ଗ୍ରାହକମାନଙ୍କ ଭିଡ଼ ଦେଖିବାକୁ ମିଳିଛି । ବଜାର ଦର ସ୍ୱାଭାବିକ ହେବା ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ବିଭିନ୍ନ ସ୍ଥାନରେ ଏହିପରି ଯୋଗାଇ ଦିଆଯିବ ବୋଲି ନାଫେଡ ଅଧିକାରୀ ସୂଚନା ଦେଇଛନ୍ତି ।
ଏହା ମଧ୍ୟ ପଢନ୍ତୁ...ରାଜଧାନୀରେ ୨୫ଟଙ୍କାରେ ମିଳୁଛି ପିଆଜ; ଧାଡି ବାନ୍ଧି ବୋହି ନେଲେ ଲୋକେ
ଇଟିଭି ଭାରତ, ଖୋର୍ଦ୍ଧା