Watch: JMFC କୋର୍ଟରେ 10 ମିନିଟ୍‌ ରହିଲା ଗୋପାଳ, ଶୁଣନ୍ତୁ କଣ କହୁଛନ୍ତି ଓକିଲ

By

Published : Jul 13, 2023, 6:00 PM IST

thumbnail

ଝାରସୁଗୁଡା:  ନବ ଦାସ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସକୁ ଝାରସୁଗୁଡ଼ା ଜେଏମଏଫସି କୋର୍ଟରେ ହାଜର ହୋଇଛି । କଡ଼ା ସୁରକ୍ଷାବଳୟରେ ଗୋପାଳ ଦାସକୁ କଟକ ଚୌଦ୍ୱାର ଜେଲରୁ ଝାରସୁଗୁଡାକୁ ଆଣିଥିଲା ପୋଲିସ ।  ଆଜି ଗୋପାଳ ଦାସ JMFC କୋର୍ଟରେ ୧୦ ମିନିଟ ରହିଥିଲା । ଅଦାଲତ ଗୋପାଳ ଦାସକୁ କମିଟମେଣ୍ଟ ପାଇଁ ପ୍ରସ୍ତୁତ ଅଛନ୍ତି କି ନାହିଁ ପଚାରିଥିଲେ ଓ ଗୋପାଳ ଦାସ ନିଜ ସହମତି ପ୍ରକାଶ କରିଥିଲା । ତେବେ ଆସନ୍ତା ମାସରେ ଏହି କେସର ଶୁଣାଣି ଆରମ୍ଭ ହେବ ବୋଲି ରିମାଣ୍ଡ ଓକିଲ ଦୟାନିଧି ଚାନ୍ଦ କହିଛନ୍ତି ।

ସୂଚନାନୁଯାୟୀ, ଜାନୁଆରୀ ୨୯ରେ ବ୍ରଜରାଜନଗରରେ ନବ ଦାସଙ୍କୁ ଗୁଳି ମାଡ଼ କରିଥିଲା ପୋଲିସ ଏଏସଆଇ ଗୋପାଳ ଦାସ । ଏହି ହାଇପ୍ରୋଫାଇଲ ହତ୍ୟା ଘଟଣାରେ ପୂର୍ବରୁ କ୍ରାଇମବ୍ରାଞ୍ଚ ଜେଏମଏଫସି କୋର୍ଟରେ ୫୪୩ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କରିସାରିଛି । ବ୍ୟକ୍ତିଗତ ଆକ୍ରୋଶ ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟା କରାଯାଇଥିବା ନେଇ ଚାର୍ଜସିଟରେ ଉଲ୍ଲେଖ କରାଯାଇଛି । ସେହିପରି ହତ୍ୟାକାଣ୍ଡ ସମୟରେ ଗୋପାଳର ମାନସିକ ସ୍ଥିତି ପୁରା ଠିକ୍ ଥିଲା । ହତ୍ୟା ପାଇଁ ସେ ପୂର୍ବରୁ ଯୋଜନା ପ୍ରସ୍ତୁତ କରିଥିବା ମଧ୍ୟ କୁହାଯାଇଛି । 

ଅଧିକ ପଢନ୍ତୁୃ: Naba Das Murder Case: କୋର୍ଟରେ ହାଜର ହେଲା ଅଭିଯୁକ୍ତ ଗୋପାଳ ଦାସ

ଇଟିଭି ଭାରତ, ଝାରସୁଗୁଡା
 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.