ପୁଷ୍ପା ଫିଲ୍ମ ଷ୍ଟାଇଲରେ ଗଞ୍ଜେଇ ଚୋରାଚାଲାଣ, ଜଣେ ଗିରଫ

By

Published : Apr 29, 2023, 6:31 PM IST

thumbnail

ମାଲକାନଗିରି: ରାଜ୍ୟର ବିଭିନ୍ନ ସ୍ଥାନରେ ଗଞ୍ଜେଇ କାରବାର ବଢିବାରେ ଲାଗିଛି । ଅବକାରୀ ବିଭାଗର ଆଖିରେ ଧୂଳି ଦେବାପାଇଁ କ୍ଷୀର ଗାଡି ଠାରୁ ଆରମ୍ଭ କରି ପନିପରିବା ଗଡିରେ ଗଞ୍ଜେଇ ଚୋରା ଚାଲଣ କରୁଛନ୍ତି ଗଞ୍ଜେଇ ମାଫିଆ । ତେବେ ଏପରି ଏକ ବ୍ୟବସାୟୀକୁ ଧରିବାରେ ସଫଳ ହୋଇଛି ମାଲକାନଗିରି ଅବକାରୀ ବିଭାଗ । ସୂଚନା ଅନୁଯାଇ ଗତକାଲି ରାତିରେ ଅବକାରି ବିଭାଗ ପକ୍ଷରୁ କାଲିମେଳା ଭେଜାଙ୍ଗବେଡା ରାସ୍ତାରେ ଗାଡି ଯାଞ୍ଚ କରୁଥିବା ସମୟରେ ମହାରାଷ୍ଟ୍ର ନମ୍ବର ପ୍ଲେଟ୍ ଲଗାଇ ଏକ କ୍ଷୀର ଗାଡି ସେହି ରାସ୍ତାରେ ଆସୁଥିଲା । ପୋଲିସ ଯାଞ୍ଚ କରିବା ପରେ ଗାଡିରୁ ଗଞ୍ଜେଇ ମଳିଥିଲା । ଏହି ଗାଡିରୁ ୧୦୦ କେଜି ଗଞ୍ଜେଇ ଜବତ କରିବା ସହ ଜଣକୁ ଗିରଫ କରିଛି ଅବକାରୀ ବିଭାଗ । ବଜାରରେ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୦ଲକ୍ଷ ଟଙ୍କା ହେବ କହିଛନ୍ତି ଅବକାରି ଅଧ୍ୟକ୍ଷ । ତେବେ ପୂର୍ବରୁ ମଧ୍ୟ ପଣସ ଗଡି, ସରକାରୀ ବସରୁ ଗଞ୍ଜେଇ ଜବତ କରିଥିବା ଅବକାରୀ ଅଧିକାରୀ କହିଛନ୍ତି । 

ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.