thumbnail

ଚଳଚଞ୍ଚଳ ପ୍ରଭୁ ଶୋଭନେଶ୍ୱରଙ୍କ ପୀଠ, ସକାଳୁ ଜମିଛି ଭକ୍ତଙ୍କ ଭିଡ

By

Published : Feb 18, 2023, 3:33 PM IST

ନିଆଳି: ମହାଶିବରାତ୍ରି ପାଇଁ ଉତ୍ସବମୁଖର ହୋଇଉଠିଛି କଟକ ଜିଲ୍ଲା ନିଆଳି ବ୍ଲକର ନୂଆଗାଁ ପଞ୍ଚାୟତ ବଙ୍ଗାଳିସାହି ପ୍ରଭୁ ଶୋଭନେଶ୍ବରଙ୍କ ପୀଠ। ଭୋର ସକାଳୁ ପୀଠରେ ଜମିଛି ଭକ୍ତଙ୍କ ଭିଡ଼। ରାତ୍ର ୧ଟାରେ ମହାଦୀପ ଉଠିବା ନେଇ ଶୋଭନେଶ୍ବର ମନ୍ଦିର ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି। ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର ଟ୍ରଷ୍ଟ, ପୋଲିସ ଓ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। 

ସୂଚନା ଥାଉକି, ୧୨ ଶତାବ୍ଦୀ ତଳୁ ପ୍ରାଚୀ ତଟରେ ପୂଜା ପାଇ ଆସୁଛନ୍ତି ପ୍ରଭୁ ଶୋଭନେଶ୍ବର ମହାଦେବ। ସେହିଦିନଠାରୁ କଟକ ଜିଲ୍ଲା ନିଆଳି ବ୍ଲକର ନୂଆଗାଁ ପଞ୍ଚାୟତ ବଙ୍ଗାଳିସାହିସ୍ଥିତ ପ୍ରଭୁ ଶୋଭନେଶ୍ବର ମହାଦେବ ମନ୍ଦିର ନିର୍ମାଣ ହୋଇଥିଲା।। ଫୁଲନଖରା ଠାରୁ କାକଟପୁର ପ୍ରାଚୀ ତଟରେ ଅଷ୍ଟ ଶମ୍ଭୁ ରହିଥିଲେ ସୁଦ୍ଧା ନୂଆଗାଁ ପଞ୍ଚାୟତ ବଙ୍ଗାଳିସାହିସ୍ଥିତ ଶୋଭନେଶ୍ବର ମହାଦେବ ହେଉଛନ୍ତି ଅନ୍ଯତମ। ଫଳରେ ଆଜିର ଦିନରେ ଏଠାକୁ ଛୁଟି ଆସନ୍ତି ଆଖପାଖ ଅଞ୍ଚଳ ସମେତ ଜିଲ୍ଲା ତଥା ଜିଲ୍ଲା ବାହାରର ଶ୍ରଦ୍ଧାଳୁ।  

ଏଥିସହ ଏଠାରେ ଆଉ ଏକ ଆଲୌକିକ ଏବଂ ଭକ୍ତ ମାନଙ୍କ ବିଶ୍ବାସର ପ୍ରତୀକ ରହିଛି। ଯାହା ହେଉଛି ଶୋଭନେଶ୍ବରଙ୍କ ସମ୍ମୁଖରେ ଦଣ୍ତାୟମାନ ହେଉଥିବା ନ କଣିଆ ପଥର। ଏହି ନ କଣିଆ ପଥର ଦ୍ବାରା ସତ ମିଛର ହିସାବ କରାଯାଇପାରିଥାଏ ବୋଲି ଲୋକଙ୍କ ବିଶ୍ବାସ ରହିଛି। ଫଳରେ ଯିଏ ଯାହା ଦୋଷ କିମ୍ବା ଅପରାଧ କରିଥାଏ ଏଠାରେ ବିଚାର କରାଯାଇଥାଏ। କେଉଁ କାଳରୁ ଏହି ପ୍ରଥା ରହିଥିବା ବେଳେ ଆଜି ବି ଏହାକୁ ମାନିଆସୁଛନ୍ତି ଆଖପାଖର ଲୋକେ।  

ତେବେ ଆଜି ଜାଗର ଯାତ୍ରା ପାଇଁ ଶୋଭନେଶ୍ବର ମନ୍ଦିର ହୋଇଉଠିଛି ଚଳ ଚଞ୍ଚଳ। ରାତ୍ର 3 ଟା ସମୟରୁ ପହଡ ଖୋଲାଯାଇଥିଲା ଏବଂ ଶୋଭନେଶ୍ବରଙ୍କ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ପରେ ଭକ୍ତମାନଙ୍କ ଦର୍ଶନ କରିବା ପାଇଁ ସୁଯୋଗ ଦିଆଯାଇଥିଲା। ନିଆଳି, କଣ୍ଟାପଡ଼ା, ବାଲିପାଟଣା, ନିମାପଡ଼ା, ଚାରିଛକ ଏବଂ ଏହାର ଆଖପାଖ ଅଞ୍ଚଳରେ ଶୋଭନେଶ୍ବର ମହାଦେବ ରହିଛି ଅନେକ ମହିମା।

ସୂଚନା ଥାଉକି, ତେବେ ମହାଦୀପ ବିଳମ୍ବିତ ରାତ୍ର ୧ଟା ଉଠିବା ପାଇଁ ଶୋଭନେଶ୍ବର ମନ୍ଦିର ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ପୀଠରେ ଭକ୍ତ ମାନଙ୍କ ଶୃଙ୍ଖଳିତ ଦର୍ଶନ ଲାଗି ମନ୍ଦିର ଟ୍ରଷ୍ଟି, ସ୍ଥାନୀୟ ପ୍ରଶାସନ ଓ ପୋଲିସ ର ସହଯୋଗରେ ବାରିକେଟ ସହ ବ୍ୟାପକ ବ୍ୟବସ୍ଥା କରାଯାଇଛି।  

ଇଟିଭି ଭାରତ, ନିଆଳି

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.