thumbnail

ପୁରୀରୁ ନିମନ୍ତ୍ରଣ, ଭବ୍ୟ ପ୍ରତିଷ୍ଠାରେ ଯୋଗ ଦେବେ ପ୍ରଭୁ ଚନ୍ଦନେଶ୍ଵର

By ETV Bharat Odisha Team

Published : Dec 27, 2023, 10:18 PM IST

ShreeMandir parikrama project : ବାଲେଶ୍ଵର : ପୁରୀରୁ ଆସିଛି ନିମନ୍ତ୍ରଣ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ପ୍ରତିଷ୍ଠା ଓ ଲୋକାର୍ପଣ ଉତ୍ସବ । ବାଲେଶ୍ଵର ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ଆୟୋଜନ । ନିମନ୍ତ୍ରଣ ପତ୍ର ନେଇ ୩ଜଣ ସେବାୟତଙ୍କ ସହ ଜଣେ ସରକାରୀ ଅଧିକାରୀ ଆସିଛନ୍ତି ବାଲେଶ୍ଵର ।  

ଏହା ମଧ୍ୟ ପଢ଼ନ୍ତୁ.... ପରିକ୍ରମା ପ୍ରକଳ୍ପ ପାଇଁ ଦାରୁକ୍ଷେତ୍ର ଓ ଅନନ୍ତ ପୁରୁଷୋତ୍ତମ ଦେବଙ୍କୁ ନିମନ୍ତ୍ରଣ

ଆସନ୍ତା ୨୦୨୪, ଜାନୁଆରୀ ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ପ୍ରତିଷ୍ଠା ଓ ଲୋକାର୍ପଣ ଉତ୍ସବ ହେବାକୁ ଯାଉଛି । ଏହି ଉତ୍ସବରେ ବାଲେଶ୍ଵରର ଦୁଇ ପ୍ରମୁଖ ଧର୍ମସ୍ଥଳୀର ମୁଖ୍ୟମାନଙ୍କୁ ନିମନ୍ତ୍ରଣ କରାଯାଇଛି । ସେନେଇ ପୁରୀରୁ ୩ଜଣ ସେବାୟତଙ୍କ ସହ ଜଣେ ସରକାରୀ ଅଧିକାରୀ ନିମନ୍ତ୍ରଣ ପତ୍ର ନେଇ ଆସିଥିଲେ । ବାଲେଶ୍ବର ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଶ୍ରୀମନ୍ଦିର ପ୍ରଶାସନର ସ୍ଵତନ୍ତ୍ର ପ୍ରତିନିଧି ଦଳ ନିମନ୍ତ୍ରଣ ପତ୍ର ଧରି ପହଞ୍ଚିଥିଲେ । ସଂକୀର୍ତ୍ତନ, ଜୟ ଜଗନ୍ନାଥ ଧ୍ବନି, ରଙ୍ଗୋଲୀ ତଥା ପୁଷ୍ପ ବୃଷ୍ଟି କରି ମୁଖ୍ୟ ଫାଟକ ନିକଟରୁ ସେମାନଙ୍କୁ ନିଆଯାଇଥିଲା । ପ୍ରଶାସନ ତରଫରୁ ମଧ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଉପସ୍ଥିତିରେ ଜିଲ୍ଲାର ନୀଳଗିରିସ୍ଥ ଶ୍ରୀଜଗନ୍ନାଥ ମନ୍ଦିର ଏବଂ ଚନ୍ଦନେଶ୍ଵରସ୍ଥ ଚନ୍ଦନେଶ୍ଵର ମନ୍ଦିରର ମୁଖ୍ୟମାନଙ୍କୁ ନିମନ୍ତ୍ରଣ ପତ୍ର ଓ ଅନ୍ୟାନ୍ୟ ନିମନ୍ତ୍ରଣ ସାମଗ୍ରୀ ପ୍ରଦାନ କରିଥିଲେ । ତେବେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାକୁ ନିମନ୍ତ୍ରଣ କରାଯାଇଛି । ଏବଂ ଏହି ଭବ୍ୟ ପ୍ରତିଷ୍ଠାରେ ସମସ୍ତଙ୍କ ଉପସ୍ଥିତ ରହିବା ପାଇଁ ଆଶା ପ୍ରକଟ କରିଛନ୍ତି ।

ଇଟିଭି ଭାରତ, ବାଲେଶ୍ଵର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.