ବିଶ୍ବକପ 2023 ଫାଇନାଲ: କାଉଣ୍ଟଡାଉନ ଆରମ୍ଭ, ରଣକ୍ଷେତ୍ର ଅଭିମୁଖେ ରୋହିତ ସେନା

By ETV Bharat Odisha Team

Published : Nov 19, 2023, 12:25 PM IST

thumbnail

ଅହମ୍ମଦାବାଦ: ଆଉ ମାତ୍ର 2 ଘଣ୍ଟାର ଅପେକ୍ଷା । କ୍ରିକେଟ ମହାସମର ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି । ସମୟ ଯେତିକି ପାଖଉଛି ଉତ୍କଣ୍ଠା ବଢୁଛି । ଷ୍ଟାଡିୟମ ଆଗରେ ଲାଗିଲାଣି ଫ୍ୟାନ୍ସଙ୍କ ଗହଳି । ଅପେକ୍ଷା କେବଳ ସେହି ସମୟକୁ କେବେ ଟସ୍ ପଡିବ ଆଉ ସବୁଠୁ ବଡ ଷ୍ଟାଡିୟମରେ ଆରମ୍ଭ ହେବ ସବୁଠୁ ବଡ ମୁକାବିଲା । ଦୁନିଆ ଦେଖିବ ବ୍ୟାଟ ବଲ ମଧ୍ୟରେ ଆଉ ଏକ ବିଶ୍ବଯୁଦ୍ଧ । ଶକ୍ତିଶାଳୀ ଭାରତ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ହେବ ଫାଇନାଲ ଫାଇଟ । 20 ବର୍ଷ ପରେ ବିଶ୍ବକପ ଫାଇନାଲ ଖେଳିବେ ଭାରତ ଓ ଅଷ୍ଟ୍ରେଲିଆ । ତୃତୀୟ ଥର ବିଶ୍ବ ବିଜୟୀ ହେବାକୁ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇବ ଟମ୍ ଇଣ୍ଡିଆ ସେହିପରି ଷଷ୍ଠ ଥର ଚମ୍ପିଆନ ହେବାକୁ ପ୍ରୟାସ କରିବ ଅଷ୍ଟ୍ରେଲିଆ । ବିଶ୍ବକପ 2023 ଫାଇନାଲ ମ୍ୟାଚ ପାଇଁ ଭାରତୀୟ କ୍ରିକେଟ ଦଳ ନରେନ୍ଦ୍ର ମୋଦି ଷ୍ଟାଡିୟମ ଅଭିମୁଖେ ବାହାରିଛି । ଅପରାହ୍ନ ସାଢେ ଗୋଟାଏରେ ଟସ୍ ପଡିବ । 140 କୋଟି ଭାରତୀୟଙ୍କ ସ୍ବପ୍ନକୁ ନେଇ ମୈଦାନକୁ ଓହ୍ଲାଇବ ରୋହିତ ସେନା । 12 ବର୍ଷ ପରେ ସ୍ବପ୍ନ ପୂରଣ କରିବାକୁ ତୃତୀୟ ଥର ବିଶ୍ବ ବିଜୟୀ ହେବାକୁ ରଣକ୍ଷେତ୍ର ଅଭିମୁଖେ ବାହାରିଛି ରୋହିତବାହିନୀ । ହୋଟେଲରୁ ଏକ ସ୍ବତନ୍ତ୍ର ବସ ଯୋଗେ ଭାରତୀୟ ଦଳର ଖେଳାଳି ଓ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ ଓ କୋଚିଂ ଷ୍ଟାଫ ସମସ୍ତେ ନରେନ୍ଦ୍ର ମୋଦି ଷ୍ଟାଡିୟମ ଅଭିମୁଖେ ବାହାରିଛନ୍ତି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.