ରଜ ପାଇଁ ଚଳଚଞ୍ଚଳ ମା' ଶାରଳାଙ୍କ ପୀଠ, ସଂକ୍ରାନ୍ତିରେ ହେଲା ସ୍ବତନ୍ତ୍ର ନୀତି

By

Published : Jun 15, 2023, 10:40 PM IST

thumbnail

ଜଗତସିଂହପୁର:  ମା' ଶାରଳାଙ୍କ ମନ୍ଦିର ରେ ଆଜି ପବିତ୍ର ରଜ ସଂକ୍ରାନ୍ତି ଅବସରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି। ରାତି3 ଟା ସମୟରେ ମନ୍ଦିରର ଦ୍ୱାରଫିଟା ହେବାପରେ ମଙ୍ଗଳ ଆଳତି ମଇଲମ ପରେ ସୁବାସିତ ଜଳରେ ମାର୍ଜନା କରାଯାଇ ମା'ଙ୍କୁ ସୁନାବେଶ ରେ ସଜ୍ଜିତ କରାଯାଇଥିଲା। ରଜ ତିନିଦିନ ପର୍ଯ୍ୟନ୍ତ ଧରିତ୍ରୀ ମା' ରାଜସ୍ଵଳା ହୋଇଥିବାର ବିଶ୍ୱାସ ରହିଥିବାବେଳେ ଏହି 3 ଦିନ ପର୍ଯ୍ୟନ୍ତ ମନ୍ଦିରରେ ମା'ଙ୍କ ର ସେହିଭଳି ନୀତି ମଧ୍ୟ ଅନୁଷ୍ଠିତ ହୋଇଥାଏ। ସୂର୍ଯ୍ୟୋଦୟ ପୂର୍ବରୁ ମା'ଙ୍କୁ ସ୍ନାନ  କରାଯାଇଥାଏ। ରଜ ଅବସରରେରେ ଚନ୍ଦନ ଲାଗି ସୁନାବେଶ ଆଦି ପ୍ରତ୍ୟେକ ଦିନ କରାଯାଇଥାଏ।

ମା'ଙ୍କ ଦର୍ଶନ ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ଆଜି ରଜ ସଂକ୍ରାନ୍ତି ଅବସରରେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ମା'ଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଥିଲା। ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଶ୍ୱାସ ରହିଛି ଯେ ରଜ ସଂକ୍ରାନ୍ତି ରେ ମା'ଙ୍କୁ ଦର୍ଶନ କଲେ ସମସ୍ତ ପ୍ରକାର ଦୁଃଖ ଓ କଷ୍ଟ ଲାଘବ ହୋଇଥାଏ।



ଇଟିଭି ଭାରତ,ଜଗତସିଂହପୁର
 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.