ବାହାନଗା ରେଳ ଷ୍ଟେସନରେ ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ

By

Published : Jun 5, 2023, 12:38 PM IST

thumbnail

ବାଲେଶ୍ବର: କରମଣ୍ଡଳ ରେଳ ଦୁର୍ଘଟଣା ପରେ ବାହାନଗାରେ ରେଳ ଚଳାଚଳ ପୁନଃ ଆରମ୍ଭ ହୋଇଛି । ଉଭୟ ଅପ୍ ଓ ଡାଉନ ଲାଇନ ମରମତି କାର୍ଯ୍ୟ ଶେଷ ପରେ ବାହାନଗା ଷ୍ଟେସନରେ ଚଳାଚଳ କରିଛି ବନ୍ଦେ ଭାରତ ଏକ୍ସପ୍ରେସ । ଦୁର୍ଘଟଣାସ୍ଥଳ ବାହାନଗା ଷ୍ଟେସନ ଦେଇ ମନ୍ଥର ଗତିରେ ଅତିକ୍ରମ କରିଛି ବନ୍ଦେ ଭାରତ ।  ହାୱଡ଼ାରୁ ପୁରୀ ଅଭିମୁଖେ ବାହାରିଛି ଏହି ଟ୍ରେନ୍‌ । ଗତକାଲି ଟ୍ରାକ ମରାମତି କାର୍ଯ୍ୟ ଶେଷ ପରେ ଟ୍ରେନ ଚଳାଚଳ ଆରମ୍ଭ ହୋଇଛି । ରବିବାର  ରାତିରେ ପ୍ରଥମେ ପରୀକ୍ଷାମୂଳକ ଭାବେ ମାଲବାହୀ ଟ୍ରେନ ଗଡିଥିଲା । ଏହାପରେ ଆଜି ସକାଳେ ଟ୍ରାକରେ ଏକ୍ସପ୍ରେସ୍‌ ଟ୍ରେନ ଚଳାଚଳ କରିଥିଲା । ପ୍ରଥମେ ସାଲିମାର ପରେ ପୁରୁଷୋତ୍ତମ ଟ୍ରେନ ଚଳାଚଳ ଆରମ୍ଭ ହୋଇଥିଲା । ଏହାପରେ ବନ୍ଦେ ଭାରତ ଏକ୍ସପ୍ରେସ ବାହାନଗା ଷ୍ଟେସନ ଅତିକ୍ରମ କରିଛି ।  ବାହାନଗା ଛାତିଥରା ଟ୍ରେନ ଦୁର୍ଘଟଣାର 51 ଘଣ୍ଟାର ପୁନରୁଦ୍ଧାର କାର୍ଯ୍ୟ ପରେ ବାଲେଶ୍ବର ବାହାନଗା ଟ୍ରାକରେ ଟ୍ରେନ ଚଳାଚଳ ହୋଇଛି । 

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.