Hockey World Cup 2023: ପ୍ରାକ୍ଟିସ ମ୍ୟାଚ ପାଇଁ ପହଁଞ୍ଚିଲେ ଖେଳାଳି - ଅଭ୍ୟାସ ମ୍ୟାଚ ନେଇ ରାଉରକେଲାରେ ପହଁଞ୍ଚିଲେ ଖେଳାଳି
🎬 Watch Now: Feature Video
ଝାରସୁଗୁଡ଼ା: ଜାନୁଆରୀ 13 ତାରିଖରୁ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ହକି ବିଶ୍ବକପ l ଏନେଇ ଚଳଚଞ୍ଚଳ ସାରା ରାଜ୍ୟ । ବିଶ୍ବକପ ପୂର୍ବରୁ ଆସନ୍ତା 24 ତାରିଖଠାରୁ ରାଉରକେଲାଠାରେ ଭାରତ ଜୁନିଅର ହକି ଟିମ ଓ କୋରିଆ ଟିମ ମଧ୍ୟରେ ହେବାକୁ ଯାଉଛି ଅଭ୍ୟାସ ମ୍ୟାଚ । ଏଥିପାଇଁ ଆଜି(ବୁଧବାର) ଉଭୟ ଟିମ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପହଁଞ୍ଚିଛନ୍ତି l ସ୍ବତନ୍ତ୍ର ବସ ଯୋଗେ ଖେଳାଳିଙ୍କୁ ରାଉରକେଲା ନିଆଯାଇଛି ।
Last Updated : Feb 3, 2023, 8:36 PM IST