ଖରାରେ ଛଟପଟ ଅଧିକାଂଶ ରାଜ୍ୟ, ହିମାଚଳରେ ହାତ ଠାରି ଡାକୁଛି ତୁଷାରପାତ - ହିମାଚଳ ପ୍ରଦେଶରେ ବର୍ଷା ସାଙ୍ଗକୁ ତୁଷାରପାତ
🎬 Watch Now: Feature Video
ଶିମଲା: ଏପ୍ରିଲ ମାସରେ ଲୋକେ ଖରା ଗରମରେ ଅସ୍ତବ୍ୟସ୍ତ ହେଉଥିବା ବେଳେ ହିମାଚଳ ପ୍ରଦେଶର ଅନେକ ସ୍ଥାନରେ ପାଗରେ ପରିବର୍ତ୍ତନ ହୋଇଛି । ବର୍ଷା ସାଙ୍ଗକୁ ତୁଷାରପାତ ଯୋଗୁଁ ପାଗ ଥଣ୍ଡା ହୋଇଛି । ଲାହୌଲ ସ୍ପିତିଠାରେ ତୁଷାରପାତ ଲାଗି ରହିଥିବା ବେଳେ ପହାଡ ରାଣୀ ସିମଲା ଏବଂ କୁଲୁ ଘାଟିରେ ପ୍ରବଳ ବର୍ଷା ଯୋଗୁଁ ପୁଣି ଲୋକେ ଶୀତ ବସ୍ତ୍ର ବ୍ୟବହାର କରିଥିବା ନଜର ଆସିଛି ।
ମଙ୍ଗଳବାର ବିଳମ୍ବିତ ରାତିରେ ଶିମଲା ସମେତ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ଓ କୁଆପଥର ମାଡ ହୋଇଥିଲା । ଏଥି ସହିତ ବୁଧବାର ମଧ୍ୟ ଅନେକ ସ୍ଥାନରେ ବର୍ଷା ହୋଇଥିଲା । ଫଳରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇଥିବା ବେଳେ ୨୨ ତାରିଖ ଯାଏଁ ପାଗ ଖରାପ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବର୍ଷା ପାଇଁ ୨୪ ଘଣ୍ଟା ପାଇଁ ଆଲର୍ଟ ଜାରି କରାଯାଇଥିବା ବେଳେ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଫଳରେ ଏପ୍ରିଲ ମାସରେ ଶୀତ ଦିନର ଭ୍ରମ ସୃଷ୍ଟି ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ