thumbnail

By ETV Bharat Odisha Team

Published : Dec 11, 2023, 2:22 PM IST

ETV Bharat / Videos

ତାମିଲନାଡୁରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ,ରେଳ ଚଳାଚଳ ବାଧାପ୍ରାପ୍ତ

ଚେନ୍ନାଇ: ତାମିଲନାଡୁରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ । ରବିବାର ବିଳମ୍ବିତ ରାତିରେ ଚେଙ୍ଗଲପାଟ୍ଟୁ ନିକଟରେ ଏକ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହେବା ପରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଚେନ୍ନାଇ ହାରବର୍ ଅଭିମୁଖେ ଯାଉଥିଲା ମାଲବହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଥିଲା । ଟ୍ରେନର ପାଞ୍ଚରୁ ଅଧିକ ବଗି ଟ୍ରାକ ତଳକୁ ଚାଲି ଆସିଥିଲା । ଏନେଇ ଖବର ପାଇ ରେଳ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଟ୍ରାକ୍‌ କ୍ଲିଅର କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଦକ୍ଷିଣ ତାମିଲନାଡୁରୁ ଚେନ୍ନାଇ ପର୍ଯ୍ୟନ୍ତ ଟ୍ରେନ୍ ସେବା ସାମୟିକ ଭାବେ ବନ୍ଦ କରାଯାଇଛି । ଗତକାଲି  ମୁମ୍ବାଇ ନିକଟରେ ଏକ ମାଲଗାଡିର ଏକାଧିକ ବଗି ଲାଇନଚ୍ୟୁତ ହୋଇଥିଲା । ମୁମ୍ବାଇ ଡିଭିଜନର ଡାଉନ୍ ମେନ-ଲାଇନରେ କାସାରାଠାରୁ ଟିଜିଆର-3 ମଧ୍ୟରେ ସଂଧ୍ୟା ସମୟରେ ଏହି ମାଲବାହୀ ଟ୍ରେନର ଏକାଧିକ ବଗି ଲାଇନଚ୍ୟୁତ ହୋଇଥିଲା । 

ଏହା ମଧ୍ୟ ପଢନ୍ତୁ-ମହାରାଷ୍ଟ୍ରରେ ମାଲଗାଡି ଲାଇନଚ୍ୟୁତ, ରେଳ ଚଳାଚଳ ଆଶିଂକ ପ୍ରଭାବିତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.