ଜମୁଛି କଳାହାଣ୍ଡି ଉତ୍ସବ ଘୁମୁରା; ସମ୍ବଲପୁରୀ ଗୀତରେ ଝୁମିଲେ ଦର୍ଶକ

By ETV Bharat Odisha Team

Published : Jan 16, 2024, 2:11 PM IST

thumbnail

Ghumura 2024: ଭବାନୀପାଟଣା: ଶୀତୁଆ ରାତିରେ ଜମୁଛି କଳାହାଣ୍ଡି ଉତ୍ସବ ଘୁମୁରା 2024 । ଦ୍ବିତୀୟ ସନ୍ଧ୍ୟାରେ କଳାକାରଙ୍କ ନାଚଗୀତରେ ଦୁଲୁକିଲା ମଞ୍ଚ । ରୁକୁ ସୁନାଙ୍କ ସମ୍ବଲପୁରୀ ଗୀତରେ ଝୁମିଲେ ଦର୍ଶକ । ପ୍ରଥମେ ମହ୍ଲାର କଳା ନିକେତନ ଦ୍ୱାରା ସଙ୍ଗୀତ ପରିବେଷଣ, ଶିଶୁ ଘୁମୁରା, ସିଟିଏମ୍ଏସ୍ ବାଗେଶ୍ବରୀ କଳାକୁଞ୍ଜ ଓ ଜୁନାଗଡ କଳାକେନ୍ଦ୍ର ଦ୍ୱାରା ଓଡିଶୀ ପରିବେଷଣ କରାଯାଇଥିଲା । ପରେ ଛତିଶଗଡ଼ର ପନ୍ତୀ ନୃତ୍ୟ, ମହାବୀର ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ବଜାଶାଲ, ମୃଣ୍ମୟୀ, ଆସାମର ବିହୁ, ମହାରାଷ୍ଟ୍ରର ଲାବଣୀ, ସଂସ୍କୃତିର ଘୁଡକା ନାଚ, ରାୟଗଡ଼ା ଜିଲ୍ଲା ସଂସ୍କୃତି ପରିଷଦ, ପଞ୍ଜାବର ଭାଙ୍ଗଡା ଆଦି ଦେଖିବାକୁ ମିଳିଥିଲା ।  ମୁଖ୍ୟ ଅତିଥି ଭାବରେ ଦ୍ବିତୀୟ ସନ୍ଧ୍ୟାରେ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ଲାଞ୍ଜିଗଡ ବିଧାୟକ ପ୍ରଦୀପ ଡିଶାରି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଓ ସମସ୍ତ ବ୍ଲକ ଏବଂ ଏନଏସିର ଅଧ୍ୟକ୍ଷ ଅଧ୍ୟକ୍ଷାମାନେ ଉପସ୍ଥିତ ରହିଥିଲେ ।  ଜିଲ୍ଲା ଓ ରାଜ୍ୟ ବାହାରର ଲକ୍ଷାଧିକ ଲୋକେ କଳାହାଣ୍ଡି ଉତ୍ସବର ଏହି କଳା, ସଂସ୍କୃତିର ମହାମିଳନକୁ ଭରପୁର ଉପଭୋଗ କରିଥିଲେ । ସବୁଠୁ ଆକର୍ଷଣ ଥିଲା ସମ୍ବଲପୁରୀ ରକ୍ ଷ୍ଟାର ରୁକୁ ସୁନାଙ୍କ ସମ୍ବଲପୁରୀ ଗୀତ ପରିବେଷଣ ।  

ଏହା ମଧ୍ୟ ପଢନ୍ତୁ-ଉଦଘାଟିତ ହେଲା କଳାହାଣ୍ଡି ଉତ୍ସବ 'ଘୁମୁରା 2024', ଦୁଳୁକିଲା ରେଣ୍ଡୋ ମାଝୀ ମଞ୍ଚ

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.