ନିଷ୍ଠା, ନମ୍ରତା ଓ ନିସ୍ବାର୍ଥପର ଭାବେ କାମ କରିବି: ପାଣ୍ଡିଆନ - ବିଜେଡିରେ ଭି କେ ପାଣ୍ଡିଆନ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/27-11-2023/640-480-20123780-thumbnail-16x9-rg.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Nov 27, 2023, 12:29 PM IST
ଭୁବନେଶ୍ବର: ବିଜେଡିରେ ସାମିଲ ହେଲେ ଭି. କେ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଜେଡିରେ ଯୋଗ ଦେଇଛନ୍ତି। ପାଣ୍ଡିଆନ ଦଳର ପ୍ରାଥମିକ ସଦସ୍ୟ ଭାବେ ଯୋଗ ଦେଇଛନ୍ତି । ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବିଧାୟକ ସମୀର ଦାସ, ବିଧାୟକ ବିକ୍ରମ କେଶରୀ ଆରୁଖ, ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ ସମେତ ବହୁ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ ।
ଏହା ବି ପଢନ୍ତୁ...ଚର୍ଚ୍ଚାର ଅନ୍ତ: ଶେଷରେ ଶଙ୍ଖ ଫୁଙ୍କିଲେ ପାଣ୍ଡିଆନ, ଏଣିକି ବୋଲାଇବେ ବିଜେଡି ନେତା
ପ୍ରଶାସନିକ ଅଧିକାରୀ ଭାବେ ଯେପରି ଦାୟିତ୍ବ ନେଇଥିଲେ ଠିକ ସେହିପରି ଦଳରେ ଗୁରୁଦାୟିତ୍ବ ନେଇ ନିଜର କାର୍ଯ୍ୟଭାର ତୁଲାଇବାକୁ ମୁଖ୍ୟମନ୍ତ୍ରୀ ତାଙ୍କୁ ପରାମର୍ଶ ଦେଇଛନ୍ତି । ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପାଣ୍ଡିଆନଙ୍କୁ ବ୍ୟାଚ ପରିଧାନ କରାଇବା ପରେ ସେ ମୁଖ୍ୟମନ୍ତ୍ରୀଙ୍କ ପାଦ ସ୍ପର୍ଶ କରି ଆଶୀର୍ବାଦ ନେଇଛନ୍ତି । ପାଣ୍ଡିଆନ କହିଛନ୍ତି, "ମହାପ୍ରଭୁଙ୍କ ଆଶୀର୍ବାଦ, ଓଡିଶାବାସୀଙ୍କ ଭଲପାଇବା ଓ ମୁଖ୍ୟମନ୍ତ୍ରୀଙ୍କ ଗାଇଡାନ୍ସରେ ମୁଁ ନିଷ୍ଠା, ନମ୍ରତା ଓ ନିସ୍ବାର୍ଥପର ଭାବରେ କାମ କରିବି ।"
ଇଟିଭି ଭାରତ, ଭୁବନେଶ୍ବର