ଆଜି ଭାରତ ପାକିସ୍ତାନ ହାଇଭୋଲଟେଜ ମ୍ୟାଚ, ଏମିତି ଆକଳନ କଲେ OCB ଯୁଗ୍ମ ସମ୍ପାଦକ
🎬 Watch Now: Feature Video
Published : Sep 10, 2023, 3:01 PM IST
ଝାରସୁଗୁଡା: ଆଜି ଏସିଆ କପରେ ପୁଣିଥରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଭାରତ-ପାକିସ୍ତାନ । ଆଜି ଶ୍ରୀଲଙ୍କା କଲମ୍ବୋରେ ଏସିଆ କପ୍ର ସୁପର-୪ ମ୍ୟାଚରେ ଚିର ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକିସ୍ତାନ ମୁହାଁମୁହିଁ ହେବେ । ଭାରତୀୟ ସମୟ ଦିନ ୩ଟାରେ ଏହି ମ୍ୟାଚ୍ ଖେଳାଯିବ । ୨ ଦେଶ ମଧ୍ୟରେ ଏସିଆ କପ୍ର ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ପ୍ରଥମ ମ୍ୟାଚ୍ ଗତ ରବିବାର ଦିନ ହୋଇଥିଲା । ହେଲେ ବର୍ଷା କାରଣରୁ ମ୍ୟାଚ୍ ବାତିଲ ହୋଇଯାଇଥିଲା । ତେବେ ଆଜିର ମ୍ୟାଚ୍କୁ ଝାରସୁଗୁଡ଼ା ସ୍ଥାନୀୟ ଲୋକମାନେ ଅନାଇ ବସିଛନ୍ତି ଓ ଆଶା କରୁଛନ୍ତି ଯେ, ପୂର୍ବ ମ୍ୟାଚ ଭଳି ଏହି ମ୍ୟାଚ ବାତିଲ ନ ହୋଇ ଭଲ ମ୍ୟାଚ ହେବ । ଲିଗ୍ ପର୍ଯ୍ୟାୟ ମ୍ୟାଚ୍ରେ ବର୍ଷା କାରଣରୁ ଭାରତୀୟ ଟିମ୍ର ମୋମେଣ୍ଟମ୍ ଭାଙ୍ଗିଥିଲା ଏବଂ ପାକିସ୍ତାନର ଦ୍ରୁତ ବୋଲର ଆରମ୍ଭରୁ ଭାରତର ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍ଙ୍କ ଉଇକେଟ୍ ନେଇଥିଲେ । ତେବେ ଗତ ଭାରତ ପାକିସ୍ତାନ ମ୍ୟାଚରେ ଭାରତୀୟ ଦଳର ଟପ୍ ଅର୍ଡର ବ୍ୟାଟିଂ ବିପର୍ଯ୍ୟୟ ଏକ ଚିନ୍ତାର ବିଷୟ ହୋଇପାରେ । ଆଜିର ମ୍ୟାଚ୍ରେ ଭାରତୀୟ ଦଳରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ଦଳରେ ଆଜି କେ.ଏଲ୍ ରାହୁଲଙ୍କୁ ସୁଯୋଗ ମିଳିଥିବା ବେଳେ ବୁମରାଙ୍କ ପ୍ରତ୍ୟାବର୍ତ୍ତନ ଦଳର ଶକ୍ତି ବୃଦ୍ଧି କରିବ ବୋଲି ଓସିଏ ଯୁଗ୍ମ ସମ୍ପାଦକ କହିଛନ୍ତି ।
ଇଟିଭି ଭାରତ, ଝାରସୁଗୁଡା