Watch: ଗାଧୋଇବାକୁ ଯାଇ ରେଙ୍ଗାଲି କେନାଲରେ ଫସିଲା ଦନ୍ତା - କେନାଲରେ ଫସିଲା ଦନ୍ତା
🎬 Watch Now: Feature Video
Published : Aug 23, 2023, 1:52 PM IST
ଢେଙ୍କାନାଳ: କେନାଲରେ ଫସିଲା ଦନ୍ତା । ଢେଙ୍କାନାଳ ବନଖଣ୍ଡ ସଦର ବନାଞ୍ଚଳର ମେରମୁଣ୍ଡଳୀ ସେକ୍ସନର ରେଙ୍ଗାଲି କେନାଲକୁ ଗାଧୋଇବାକୁ ଯାଇ ଏକ ଦନ୍ତା ହାତୀ ଫସିଯାଇଥିଲା । ହେଲେ ଅଧିକ ପାଣି ଥିବାରୁ ଉପରକୁ ଉଠି ପାରି ନଥିଲା । ଘଟଣାସ୍ଥଳରେ ସ୍ଥାନୀୟ ବାସିନ୍ଦା ବନ କର୍ମଚାରୀକୁ ଖବର ଦେଇଥିଲେ । ଦୀର୍ଘ ଏକ ଘଣ୍ଟା ପରେ ହାତୀଟି କେନାଲର ଗୋଟିଏ ପାଖ ଆବଡା ଖବଡା ଥିବାରୁ ବାହାରି ପାଖ ଜଙ୍ଗଲକୁ ପଳାଇ ଯାଇଥିଲା । ପରେ ବନ କର୍ମଚାରୀ ମାନେ ହାତୀ ଉପରେ ନଜର ରଖିଥିଲେ ।
ସୂଚନା ଅନୁଯାୟୀ ହାତୀପଲ ୫୫ନମ୍ବର ରାଜପଥକୁ ବାରମ୍ବାର ପଳାଇ ଆସୁଥିବାରୁ ଅନେକ ସମୟରେ ଏହି ରାସ୍ତାରେ ଗାଡି ଚଳାଚଳ ବାଧା ପ୍ରାପ୍ତ ହୋଇଥାଏ । ତେବେ ଗତ ଦୁଇଦିନ ହେଲା ମେରାମୁଣ୍ଡଳୀ ଫରେଷ୍ଟ ସେକ୍ସନ ଅଞ୍ଚଳରେ ଏକ ହାତୀପଲ ଉପଦ୍ରବ କରି ୫୫ନମ୍ବର ଜାତୀୟ ରାଜପଥ ପାର ହୋଇ ନିମିଧା ଆଡକୁ ମୁହାଇଁ ଥିଲେ । ହାତୀମାନେ ସେହି ପାଖ ଦେଇ ଯାଉଥିବା ବେଳେ ରେଙ୍ଗାଲି ଦକ୍ଷିଣ ପାର୍ଶ୍ୱ କେନାଲକୁ ପାଣି ପିଇବାକୁ ଯାଇଥିଲେ । ସେହି ସମୟରେ ଏହି ଦନ୍ତାଟି ଗୋଠ ଛଡା ହୋଇ ରହି ଯାଇଥିବା ଅନୁମାନ କରାଯାଉଛି ।
ଏହା ମଧ୍ୟ ପଢନ୍ତୁ- ଜଙ୍ଗଲକୁ ଯାଇଥିଲେ ବୃଦ୍ଧା, କଚାଡି ମାରିଲା ଦନ୍ତା
ଇଟିଭି ଭାରତ, ଢେଙ୍କାନାଳ