Union Budget 2023: ଆସିଗଲା କେନ୍ଦ୍ରୀୟ ବଜେଟ, ଶୁଣନ୍ତୁ କଣ କହୁଛନ୍ତି ଅର୍ଥନୀତି ବିଶେଷଜ୍ଞ

By

Published : Feb 1, 2023, 10:43 PM IST

Updated : Feb 3, 2023, 8:39 PM IST

thumbnail

କଟକ: ଆସିଲା 2023-24 କେନ୍ଦ୍ରୀୟ ଆର୍ଥିକ ବଜେଟ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଆର୍ଥିକ ବର୍ଷ 2023-24 ବଜେଟ ଉପସ୍ଥାପନ କରିଛନ୍ତି । ଆଗକୁ ନିର୍ବାଚନ ଥିବାରୁ ମଧ୍ୟବିତ୍ତଙ୍କୁ ସୁହାଇଲା ଭଳି ବଜେଟ ଆଣିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କହିବା ଅନୁସାରେ ଏହି ବଜେଟ ହେଉଛି ଅମୃତ କାଳର ପ୍ରଥମ ବଜେଟ, ଯାହା ଏକ ବିକଶିତ ଭାରତ ନିର୍ମାଣ କରିବାରେ ଦୃଢ଼ ଭିତ୍ତିଭୂମି ତିଆରି କରିବ । ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଅର୍ଥନୀତି ବିଶେଷଜ୍ଞ ଡ଼ଃ ବିପ୍ଳବ ଗୁରୁ ।

ଏହି ବଜେଟ କୃଷକ, ମଧ୍ୟବିତ୍ତ ଓ ଗରିବ ଲୋକଙ୍କ ଆଶାକୁ ପୂରଣ କରିବ ବୋଲି କେନ୍ଦ୍ର ସରକାର କହିଛନ୍ତି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ଅର୍ଥନୀତି ବିଶେଷଜ୍ଞ ଡ଼ଃ ବିପ୍ଳବ ଗୁରୁ । ବର୍ତ୍ତମାନର ବିଶ୍ବ ଅର୍ଥନୈତିକ ଅବସ୍ଥା ଯଥା ମୁଦ୍ରାସ୍ଫିତି, ଋଷ-ୟୁକ୍ରେନ ଯୁଦ୍ଧ ଆଦିକୁ ଦୃଷ୍ଟିରେ ରଖିଲେ ଏହି ବଜେଟ ବ୍ୟାପକ ଯତ୍ନଶୀଳ ଓ ଦୂରଦୃଷ୍ଟି ସମ୍ପନ୍ନ ବୋଲି ସେ କହିଛନ୍ତି । ଏହି ବଜେଟ ସାଧାରଣ ବର୍ଗଙ୍କ ପାଇଁ ସୁବିଧା ଆଣିଦେବ । ଆୟକର ଛାଡ଼ ବୃଦ୍ଧି ମଧ୍ୟବିତ୍ତଙ୍କ ପାଇଁ ନୂଆ ଆଶା ସଞ୍ଚାର କରିବ । ଆୟକରରେ ଭାରତବାସୀଙ୍କ ପାଇଁ ବଡ଼ ଆଶ୍ଵସ୍ତି ସ୍ଲାବ ସୀମା 5 ଲକ୍ଷରୁ 7 ଲକ୍ଷକୁ ବୃଦ୍ଧି, 3 ଲକ୍ଷ ପର୍ଯ୍ୟନ୍ତ ବାର୍ଷିକ ଆୟ ପାଇଁ ଆୟକର ଶୂନ ମଧ୍ୟବିତ୍ତଙ୍କ ପାଇଁ ନିହାତି ଏକ ଖୁସି ଖବରର । ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଯେପରିକି, ଟିଭି, ମୋବାଇଲ ଆଦି ଶସ୍ତା ହେବ । ସୁନା ରୁପା ଅଳଙ୍କାର ମହଙ୍ଗା ହେବ । ବୈଦ୍ୟୁତିକ ଯାନ ଶସ୍ତା ହେବ । ତେବେ ଏହି ବଜେଟ ଏକ ଜନୋପଯୋଗୀ ବଜେଟ ବୋଲି ଅର୍ଥନୀତି ବିଶେଷଜ୍ଞ କହିଛନ୍ତି । ଭାରତର ବିକାଶ ଦିଗରେ ଏହି ବଜେଟ ଅତ୍ୟନ୍ତ ସହାୟକ ହେବ । ନୂଆ ନିବେଶ ଯୋଗୁଁ ନିଯୁକ୍ତି ସଂଖ୍ୟା ବୃଦ୍ଧି ପାଇବ । କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଦକ୍ଷତା ବିକାଶ ଆଦିରେ ମହିଳାଙ୍କ ସହଭାଗିତାରେ ଉନ୍ନତି, ଯୁବବର୍ଗଙ୍କୁ ବିଶ୍ୱସ୍ତରୀୟ ତାଲିମ, ପର୍ଯ୍ୟଟନର ବିକାଶ କ୍ଷେତ୍ରରେ ଏହା ସହାୟକ ହେବ ବୋଲି ଆକଳନ କରିଛନ୍ତି ଅର୍ଥନୀତି ବିଶେଷଜ୍ଞ ।

ଇଟିଭି ଭାରତ, କଟକ

Last Updated : Feb 3, 2023, 8:39 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.